ସୁଦାମ ବନାମ ନବ ଲେଢଇରେ ବାଜି ମାରିନେବ କି ଜେଏମଏମ

ମୟୂରଭଞ୍ଜ(ବଡ଼ ଖବର ବ୍ୟୁରୋ): ଦେଶ ଓ ରାଜ୍ୟର ନଜରରେ ମୟୂରଭଞ୍ଜ । ରାଷ୍ଟ୍ରପତିଙ୍କ ସଂସଦୀୟ କ୍ଷେତ୍ରରେ ହେବ ବିଗ୍ ଫାଇଟ । ସାଂସଦ ପାଇଁ ଲଢୁଛନ୍ତି ବିଧାୟକ । ଦୁଇ ପ୍ରମୁଖ ରାଜନୀତିକ ଦଳ ବିଜେଡି ଏବଂ ବିଜେପି ମଇଦାନକୁ ଓହ୍ଲାଇଛନ୍ତି ୧୯ରେ ନିର୍ବାଚିତ ଏମଏଲଏଙ୍କୁ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ବାଦ୍ ଦେଇ ନିଜର ଦଖଲରେ ରଖିବା ପାଇଁ ରାଇରଙ୍ଗପୁରର ବିଧାୟକ ନବଚରଣ ମାଝୀଙ୍କୁ ବିଜେପି କରିଛି ପ୍ରୋଜେକ୍ଟ । ୧୯ରେ ଏହି ସଂସଦୀୟ କ୍ଷେତ୍ର ହାତରୁ ଚାଲି ଯାଇଥିବାରୁ ଚଳିତ ନିର୍ବାଚନରେ ରିକ୍ସ ନ ନେଇ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କ ଉପରେ ଭରଷା କରିଛନ୍ତି ସୁପ୍ରିମ ନବୀନ ପଟ୍ଟନାୟକ । ଉଭୟ ନେତା କେହି କାହାଠୁ କମ୍ ନୁହନ୍ତି । ବିଧାନସଭାରେ ଦୁଇ ନେତା ନିଜର ପତିଆରା ବେଶ ଜାହିର କରନ୍ତି । ଏବେ ସଂସଦ ପାଳି । କିଏ କାହାକୁ ଦେବ ଟକ୍କର ।

ସୁଦାମଙ୍କ ପାଇଁ ହୁଏତ ନୂଆ ନୁହେଁ । ୨୦୦୪ରେ ଜେଏମଏମରୁ ସେ ସଂସଦକୁ ନିର୍ବାଚିତ ହୋଇସାରିଛନ୍ତି କିନ୍ତୁ ପୂର୍ବ ଦଳ ଜେଏମଏମ ତାଙ୍କ ପାଇଁ ସୃଷ୍ଟି କରିପାରେ ଅଡୁଆ । ଚଳିତ ନିର୍ବାଚନରେ ଜେଏମଏମରୁ ସାଂସଦ ପ୍ରାର୍ଥୀ ସୁଦାମଙ୍କ ପାଇଁ ମୁଣ୍ଡ ବିନ୍ଧା ପାଲଟିପାରନ୍ତି । ଯେହେତୁ ରାଜ୍ୟରେ ଇଣ୍ଡିଆ ମେଣ୍ଟ ଗଠନ ହୋଇଛି । ଗଠବନ୍ଧନର ଦଳ ଗୁଡିକ ଉଭୟ ଉଭୟଙ୍କୁ କରୁଛନ୍ତି ସହଯୋଗ । ଯାହାକୁ ନେଇ ସୁଦାମ ମଧ୍ୟ ନୂଆ ରଣନୀତି ଆରମ୍ଭ କରିଦେଲେଣି । ନବ ମଧ୍ୟ ନାହାନ୍ତି ପଛରେ, ସେ ତାଙ୍କର ସୈନ୍ୟସାମନ୍ତଙ୍କୁ ସାଥୀରେ ଧରି ଦେଲେଣି ବିଦ୍ରୋହର ଡାକରା । ଗଡ ରକ୍ଷା ପାଇଁ କରୁଛନ୍ତି ପ୍ରାଣପ୍ରଣେ ଉଦ୍ୟମ । ନିର୍ବାଚନରେ ହୁଏତ ନବାଗତ ନୁହନ୍ତି କିନ୍ତୁ ସାଂସଦ ପ୍ରାର୍ଥୀ ଭାବରେ ଯେହେତୁ ଅଭିଜ୍ଞଙ୍କୁ କରିବେ ୨୪ରେ କରୁଛନ୍ତି ସାମ୍ନା ସେଥିପାଇଁ ରିକ୍ସ ନେବାକୁ କି ଦଳ ତାଙ୍କ ଉପରେ କରିଥିବା ଭରଷାକୁ ଭାଙ୍ଗିବାକୁ ଚାହୁଁ ନାହାନ୍ତି । ୨୦୨୪ରେ ମୟୂରଭଞ୍ଜ ସାଂସଦୀୟ ଜନତା କାହାକୁ ବାଛିବେ ନିଜର ସାଂସଦ, ତାହା ଜୁନ୍ ୪ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!