Masthead

ମାଓ ପୋଷ୍ଟରରେ ସରକାରଙ୍କ ପ୍ରକଳ୍ପକୁ ବିରୋଧ

ରାଇଘର (ବଡ଼ ଖବର ବ୍ୟୁରୋ): ଝରିଗାଁରେ ମାଓ ପୋଷ୍ଟର । ତେଲନଦୀ ଓ ସୀତାଘାଟ ପ୍ରସ୍ତାବିତ ପ୍ରକଳ୍ପକୁ ବିରୋଧ । ବନ ବିଭାଗକୁ ଟାର୍ଗେଟ କଲେ ମାଓବାଦୀ । ନବରଙ୍ଗପୁର ଜିଲ୍ଲାରେ ଗତ କିଛି ଦିନ ହେବ ମାଓବାଦୀ ନିଜ ଉପସ୍ଥିତି ଜାହିର କରି ବିଭିନ୍ନ କାର୍ୟ୍ୟକଳାପ ଆରମ୍ଭ କରିଛନ୍ତି । କିଛି ଦିନ ପୂର୍ବରୁ ମାଓବାଦୀ ମାନେ ରାଇଘର ଅଂଚଳରେ ପୋଲିସ ଇନଫର୍ମର ସନ୍ଦେହରେ ଏବଂ ଜଙ୍ଗଲ କାଟିବା ଅଭିଯୋଗରେ ଦୁଇଜଣ ବ୍ୟକ୍ତିଙ୍କୁ ହତ୍ୟା କରିଥରଲେ । ଗତକାଲି ହାତିଗାଁଠାରେ ସ୍ଥାପନ କରାଯାଇଥିବା ସିଆରପିଏଫ କ୍ୟାମ୍ପକୁ ବିରୋଧ କରି ମାଓ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା । ସେହିଭଳି ଆଜି ଝରିଗାଁରେ ମଧ୍ୟ ପୁଲିସ ପକ୍ଷରୁ ମାଓ ପୋଷ୍ଟର ଜବତ କରାଯାଇଥିବା ଜଣାପଡିଛି । ସ୍ଥାନୀୟ ସେଣ୍ଟ୍ରାଲ ନର୍ସରୀ ନିକଟରେ ଥିବା ଏକ ବେଞ୍ଚରେ ପୋଷ୍ଟର ଛାଡ଼ି ଯାଇଛନ୍ତି ମାଓବାଦୀ ।

ଏଥିରେ ଚନ୍ଦାହାଣ୍ଡିଠାରେ ପ୍ରସ୍ତାବିତ ତେଲାନଦୀ ଉପରେ ବହୁମୁଖି ଜଳପ୍ରକଳ୍ପ ଓ ଝରିଗାଁ ବ୍ଲକ ଚଚା ନିକଟରେ ସତୀଘାଟଠାରେ ପ୍ରସ୍ତାବିତ ନଦୀବନ୍ଧ ଯୋଜନାକୁ ବିରୋଧ କରାଯାଇଛି । ଏହି ପ୍ରକଳ୍ପ ହେଲେ ୧୦୦୦ ପରିବାର ବିସ୍ଥାପିତ ହେବେ । ଏବଂ ଲୋକଙ୍କ ଜମି,ଜଙ୍ଗଲ, ଦେବୀ ଦେବତା ଓ ସଂସ୍କୃତିକ ଅନୁଷ୍ଠାନ ନଷ୍ଟ ହେବ । ଲୋକ ରୋଜଗାର ହରାଇବେ ବୋଲି ଉଲ୍ଲେଖ ରହିଛି । ଏହା ଛଡ଼ା ବନବିଭା ର ରେଞ୍ଜର ଓ ଫରେଷ୍ଟର ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରି ମଧ୍ୟ ଜଙ୍ଗଲ ଜମିପଟ୍ଟା ଦେଉନାହାନ୍ତି ବୋଲି ପୋଷ୍ଟରରେ ଲେଖାଯାଇଛି । ପୋଷ୍ଟରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସରକାରକୁ ଟାର୍ଗେଟ କରିଛନ୍ତି ମାଓବାଦୀ । ତେଲନଦୀ ବନ୍ଧ କାମ ତୁରନ୍ତ ବନ୍ଦ ନକଲେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଲେଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା