Masthead

ମିଳିଲାନି ମହାପ୍ରୟାଣ, ଶବକୁ ଷ୍ଟ୍ରେଚରରେ ଟାଣି ଟାଣି ନେଲେ ୮କିମି

ନୂଆପଡ଼ା(ବଡ଼ ଖବର ବ୍ୟୁରୋ): ମୃତ ଦେହକୁ ଷ୍ଟେଚର ଟାଣି ଟାଣି ନେଲେ ୮ କିଲୋମିଟର। ନା ମିଳିଲା ମହାପ୍ରାୟଣ ଗାଡି ନା ଅନ୍ୟ ସରକାରୀ ଗାଡି। ବାଧ୍ୟ ହୋଇ ପରିବାର ଲୋକେ ମୃତଦେହକୁ ଏକ ଷ୍ଟ୍ରେଚର ରଖି ୮କିଲୋମିଟର ନେଲେ। ନୂଆପଡା ଜିଲ୍ଲା ସିନାପାଲିରୁ ଏମିତି ଚିତ୍ର ସାମନାକୁ ଆସିଛି। ନିଲଜି ପଞ୍ଚାୟତ ଗଡ଼ରାମାଲ ଗ୍ରାମର ଲମ୍ବୋଦର ସାଙ୍କ ପତ୍ନୀ ସରସ୍ୱତୀ ସା । ବୟସ ୬୯ । ସରସ୍ଵତୀ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଶବ ଘରକୁ ନେବାପାଇଁ ମହାପ୍ରୟାଣ ଗାଡ଼ି ପାଇଁ ପରିବାର ଲୋକେ ଚେଷ୍ଟା କରିଥିଲେ। ହେଲେ କୌଣସି ପ୍ରକାରେ ଗାଡ଼ି ଯୋଗାଡ଼ ହୋଇପାରିଲା ନାହିଁ । ୧୭ତାରିଖ ରାତ୍ର ଆଠଟାରେ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ବାରଟା ପର୍ୟ୍ୟନ୍ତ ପରିବାର ଲୋକେ ଗାଡ଼ି ପାଇଁ ଉଦ୍ୟମ ଚଳାଇଥିଲେ । ତେଣେ ଶବ ପଡ଼ି ରହିଥିଲା। ବେସରକାରୀ ଗାଡ଼ି ପାଇଁ ମଧ୍ୟ ଚେଷ୍ଟା କରିଥିଲେ । ହେଲେ କୌଣସି ସୁଫଳ ମିଳିପାରିଲା ନାହିଁ । ବିଭାଗୀୟ ଅଧିକାରୀ କର୍ମଚାରୀ ବ୍ୟବସ୍ଥା କରୁଛୁ କହି ସମୟ ଗଡ଼ାଇ ଚାଲିଥିଲେ। ଶେଷରେ ବାଧ୍ୟ ହୋଇ ପରିବାର ଲୋକେ ଏକ ଷ୍ଟ୍ରେଚରରେ ଶବକୁ ୮କିଲୋମିଟର ବୋହି ନେଇ ଗଡ଼ରାମାଲରେ ପହଞ୍ଚôଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା