Masthead

ମହାନଦୀ ଜଳ ପାଇଁ ରାଜନୀତି ସରଗରମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମହାନଦୀ । ଓଡ଼ିଶାର ଜୀବନରେଖା, ଅଣମୌସୁମୀ ସମୟରେ ପଡିଛି ଶୁଖିଲା । ଟ୍ରିବ୍ୟୁନାଲ ଉପରେ ସମସ୍ତଙ୍କ ନଜର । ତେଣେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଓଡ଼ିଶାରେ ଆରମ୍ଭ ହୋଇଛି ରାଜନୀତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ମନ୍ତବ୍ୟ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ବାଘେଲା କହିଛନ୍ତି ମହାନଦୀ ଛତିଶଗଡର । ଆମେ କେବଳ ବ୍ୟାରେଜ କରିଛୁ । ମହାନଦୀକୁ ନେଇ ଟ୍ରିବ୍ୟୁନାଲ ଯିବା ନଥିଲା । ବାଘେଲାଙ୍କୁ କଡା ଜବାବ ଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । କହିଛନ୍ତି ମହାନଦୀ ଇଣ୍ଟର ଷ୍ଟେଟ ରିଭର । ଇଣ୍ଟର ଷ୍ଟେଟ ରିଭର ଗୁଡିକର ଏକ ଆଇନ ରହିଛି । ମହାନଦୀ ଉପରେ ଏକ ଚାଟିଆ ବ୍ୟବହାର କରି ପାରିବେ ନାହିଁ ଛତିଶଗଡ଼ ସରକାର । ତେଣେ ବିଜେଡି କହିଛି ମହାନଦୀ ଉପରେ ଓଡ଼ିଶାର ଅଧିକାର ଅଧିକ । ବନ୍ୟା ସହୁଛି ଓଡିଶା । ଓଡିଶା ଯାହା କରୁଛି ଆଇନ ଅନୁସାରେ କରୁଛି । ଭୂପେଶ ବାଘେଲଙ୍କ ବକ୍ତବ୍ୟ ଦୁର୍ଭାଗ୍ୟଜନକ ।

ସେପଟେ କଂଗ୍ରେସ କହିଛି ମହାନଦୀ ଆମର ମାଆ । ମୁଖ୍ୟମନ୍ତ୍ରୀ ଚୁପ୍ ବସିବା ଦୁର୍ଭାଗ୍ୟଜନକ । କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଓଡ଼ିଶା ସରକାର ଟ୍ରିବ୍ୟୁନାଲ ସମୟ ସୀମା ୨୦୨୬କୁ ବୃଦ୍ଧି କାହିଁକି କଲେ? ଉହାନଦୀରେ ଛୋଟ ଛୋଟ ବ୍ୟାରେଜ କାହିଁକି ନିର୍ମାଣ କଲେ ନାହିଁ । ମୋର କାର୍ଯ୍ୟକାଳ ଭିତରେ ଦିନେ ହେଲେ ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗରେ ଆଲୋଚନା କଲେ ନାହିଁ । ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି ।   ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟ କ୍ଷେତ୍ର ପରିଦର୍ଶନ କରୁଥିବା ବେଳେ ଛତିଶଗତ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ତେଣେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସରକାରଙ୍କୁ କାଠଗଡ଼ାରେ ଠିଆ କରାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ