ରାଇଘର (ବଡ଼ ଖବର ବ୍ୟୁରୋ): ବିବାହ ସମୟରେ ଅଜଣା ଦୁର୍ବୃତ୍ତଙ୍କ ଏସିଡ୍ ମାଡ଼ । ବର କନ୍ୟା ସମେତ ୧୨ ଜଣ ଗୁରୁତର । ଛତିଶଗଡ଼ ବସ୍ତର ଜିଲ୍ଲାରେ ଘଟିଛି ଘଟଣା । ବିବାହ ବେଦୀ ଉପରେ କେହି ଜଣେ ଦୁର୍ବୁତ୍ତ ଏସିଡ୍ ମାଡ଼ କରି ଫେରାର୍ ହୋଇ ଯାଇଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅନ୍ଧାରର ସୁଯୋଗ ନେଇ ଦୁର୍ବୁତ୍ତ ଏଭଳି କାଣ୍ଡ ଘଟାଇ ଥିବାବେଳେ ବର ଓ କନ୍ୟା ସମେତ ନିକଟରେ ଉପସ୍ଥିତ ୧୦ ଜଣ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ ।
ସୂଚନା ଅନୁଯାୟୀ ସୁଧାପାଲ ଗ୍ରାମର ଡମରୁଧର ବଘେଲ ଆମାବାଲ ଗ୍ରାମର ସୁନୀତା କଶ୍ୟପଙ୍କ ସହିତ ବିବାହ ଚାଲିଥିବା ବେଳେ ହଠାତ୍ ବିଦ୍ୟୁତ ଚାଲି ଯାଇଥିଲା । ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ବିବାହ ବେଦୀ ନିକଟରେ ପହଞ୍ଚି ବର ଓ କନ୍ୟା ଉପରେ ଏସିଡ୍ ମାଡ଼ ମାରି ଚମ୍ପଟ୍ ମାରିଥିଲା । ଏହି ସମୟରେ ବର ଓ କନ୍ୟା ସମେତ ବେଦୀ ଆଖପାଖର ଅନେକ ଲୋକ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ । ଘଟଣାସ୍ଲରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି