Before Header

ଗାଧୁଆତୁଠରେ ଭାସୁଛି ଭ୍ରୂଣ

0 187

ଭୁବନ (ବଡ଼ ଖବର ବ୍ୟୁରୋ): ଭ୍ରୂଣହତ୍ୟା ଏକ ଜଘନ୍ୟ ଅପରାଧ। ଏହାକୁ ରୋକିବା ପାଇଁ ସରକାରୀ ସ୍ତରରେ ଲୋକଙ୍କୁ ସଚେତନତା କରାଯିବା ସହିତ ବିଭିନ୍ନ କଟକଣା ଲଗାଯାଇଛି । କିନ୍ତୁ ଭ୍ରୂଣହତ୍ୟା ରୋକିବା ଦିଗରେ ପ୍ରଶାସନ ଏକ ପ୍ରକାର ବିଫଳ ହୋଇଥିବା ଦେଖିବାକୁ ମିଳିଛି ଭୁବନରେ।
ଆଜି ଭୁବନ ଏନ୍ଏସିର ୱାର୍ଡ ନଂ-୧ର ଗୋଡ଼ିପୋଖରୀରେ ଏକ ଭ୍ରୂଣ ଭାସୁଥିବାରୁ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। ପୋଖରୀର ଗାଧୁଆତୁଠ ପାହାଚ ତଳେ ଭ୍ରୂଣଟି ଭାସୁଥିବାର ଲୋକ ଦେଖିଥିଲେ । ପରେ ଘଟଣାସ୍ଥଳରେ ଲୋକମାନଙ୍କର ଭିଡ଼ ଜମିଥିଲା। ଏପରି ଅମାନୁଷିକ କାର୍ଯ୍ୟରେ ଯେଉଁମାନଙ୍କର ସଂପୃକ୍ତି ରହିଛି, ତଦନ୍ତ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାଳରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.