ଖତ ଖାଉଛି ବସଷ୍ଟାଣ୍ଡ

ଭଞ୍ଜନଗର, (ବଡ଼ ଖବର ବ୍ୟୁରୋ) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବିଭିନ୍ନ ସମୟରେ ଅଚାନକ ଗସ୍ତ କରୁଛନ୍ତି । କିଛି ଦିନ ତଳେ ବି.ଏମ.ସି ଦ୍ୱାରା ବର୍ଜ୍ୟବସ୍ତୁ ପ୍ଲାଣ୍ଟ , ବିଭିନ୍ନ ସରକାରୀ କାମ ପରିଦର୍ଶନ କରି ଶୀଘ୍ର କାମ ସାରିବାକୁ ତାଗିଦ୍ କରିଥିଲେ । ଜିଲ୍ଲାପାଳ ବସଷ୍ଟାଣ୍ଡରେ ଥିବା ଯାତ୍ରୀଙ୍କ ନିକଟକୁ ଯାଇ କୋଭିଡ୍ ଓ ପରିମଳର ସଚେତନତା ସୃଷ୍ଟି କରିଛନ୍ତି । ବସଷ୍ଟାଣ୍ଡରେ ଥିବା କିଛି ଦୋକାନ ବୁଲି ଦେଖିବା ସହ ଦୋକାନୀଙ୍କୁ ଅଳିଆ ଆବର୍ଜନା ଏଣେ ତେଣେ ନ ପକାଇ ଡଷ୍ଟବିନ୍ ବ୍ୟବହାର କରିବାକୁ ନିବେଦନ କରିଛନ୍ତି ।
କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିବା ବସ୍ ଷ୍ଟାଣ୍ଡ, ନିୟନ୍ତ୍ରଣ ବଜାର, ବ୍ଲକ ଛକରେ ବିଜୁ ବଜାର ବହୁ ବର୍ଷ ହୋଇସାରିଛି ସତ କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଲୋକର ବ୍ୟବହାର କାର୍ଯ୍ୟରେ ଲାଗିପାରୁନାହିଁ । ବସରେ ଯାଉଥିବା ଯାତ୍ରୀ ଏଥିପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ନିୟନ୍ତ୍ରଣ ବଜାରରେ ଦୁଇଥର ରଙ୍ଗ ସରିଲାଣି କିନ୍ତୁ ଲୋକେ ସୁବିଧା ପାଇ ପାରୁନାହାଁନ୍ତି । ପନିପରିବା ବ୍ୟବସାୟୀମାନେ ଖରାରେ, ଗଛା ଛାଇ, ରାସ୍ତା କଡରେ ନିଜ ବ୍ୟବସାୟ କରୁଥିବାବେଳେ ବ୍ଲକ ଛକ ବିଜୁ ବଜାରର ଏବେ ପୁନରୁଦ୍ଧାର ଦରକାର ପଡିଲାଣି । ଏଥିପାଇଁ ବିଭିନ୍ନ ସମୟରେ ବିଭିନ୍ନ ମହଲରୁ ମୌଖିକ ,ଲିଖିତ ଦାବି ରଖିଥିଲେ ବି କିଛି କାଯ୍ୟ କାରି ହୋଉନଥିବା ଦେଖିବାକୁ ମିଳିଛି । କିନ୍ତୁ ଏବେ ଜିଲ୍ଲାପାଳଙ୍କ ସମୀକ୍ଷା ଓ ଶୀଘ୍ର କାମ ସାରିବାକୁ ଯେଉଁ ତାଗିଦ୍ କରିଛନ୍ତି । ଜିଲ୍ଲାପାଳଙ୍କ ଏହି ପଦେକ୍ଷପକୁ ନେଇ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ