ଦିବ୍ୟାଙ୍ଗ ହୋଇ ବି ସକ୍ଷମଙ୍କ ଠାରୁ ଢେର ଆଗରେ ସାଗରୀ

ଜଗନ୍ନାଥ ପ୍ରସାଦ(ବଡ଼ ଖବର ବ୍ୟୁରୋ): କଥାରେ ଅଛି ଦୃଢ ଶକ୍ତି ଆଉ କଠୋର ପରିଶ୍ରମ ଆଗରେ ସବୁକିଛି ସମ୍ଭବ। ଅଭାବ ଅନାଟନରେ ଥିଲେ ବି  ସେ କେବେବି ଭାଙ୍ଗି ଯାଇନାହାନ୍ତି । ଏମିତି ଜଣେ ସୁନା ଝିଅଙ୍କ ବିଷୟରେ ଜାଣନ୍ତୁ ଯିଏ କି ଜଣେ ଦିବ୍ୟାଙ୍ଗ ହୋଇ ବି ସକ୍ଷମଙ୍କ ଠାରୁ ଢେର ଆଗରେ।

କୁନି କୁନି ପିଲାଙ୍କ ଭବିଷ୍ୟତ ଗଢିବା ଲକ୍ଷରେ ଭଙ୍ଗା ଟ୍ରାଇ ସାଇକେଲରେ ଆରମ୍ଭ ହୁଏ ତାଙ୍କ ଦିନ। କାହା ଉପରେ ନିର୍ଭର ନ କରି ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟ ମାନଙ୍କ ପାଇଁ ସେ ପାଲଟିଛନ୍ତି ସ୍ୱତନ୍ତ୍ର ଉଦାହରଣ ।

ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକର ଅଲାଡି ଗ୍ରାମର ଦୟାନିଧି ସ୍ୱାଇଁଙ୍କ ବଡ଼ ଝିଅ ସାଗରୀ ସ୍ୱାଇଁ । ଜନ୍ମରୁ ପୋଲିଓ ରେ ଦୁଇ ଗୋଡ଼ ବଙ୍କା। ଯିବା ଆସିବା କରିବା ତାଙ୍କ ପାଇଁ ବହୁତ କଷ୍ଟ । ପାଠ ପଢିବା ପଢ଼ାଇବା ତାଙ୍କର ସଉକ । ବାପା ଅନ୍ୟ ଜିଲ୍ଲାରେ   ଦାଦନ ଖଟନ୍ତି । ଭାଇ ଭଉଣୀ ଚାରି ।  ଭଲ ମାର୍କ ରଖି ପାସ ହେବା ପରଠାରୁ ଗାଁରେ କୁନି ପିଲାମାନଙ୍କୁ ପାଠ ପଢାନ୍ତି । ଦିଦି ସହଜ ସରଳ ରେ ସବୁ ପାଠକୁ ଟିକିନିକ ବୁଝେଇ ପାରୁଥିବା ପିଲାଏ କହନ୍ତି ।  ଭତ୍ତା ଓ ଚାଉଳ ପାଇଁ ନୁହଁ ଯଦି ଛୋଟିଆ ସରକାରୀ ଚାକିରୀ ଖଣ୍ଡିକ  ମିଳନ୍ତା ତେବେ ସେ ଖୁସି ହୁଅନ୍ତେ ବୋଲି କହିଛନ୍ତି ସାଗରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ