Masthead

ଅତିକ-ଅଶ୍ରଫ ହତ୍ୟାର ପ୍ରତିଶୋଧ, ଧମକ ଦେଲା ଅଲ-କାଏଦା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅତିକ-ଅଶ୍ରଫ ହତ୍ୟାର ପ୍ରତିଶୋଧ ନେବୁ । ଆତଙ୍କୀ ସଙ୍ଗଠନ ଅଲ-କାଏଦାର ଧମକ । ୭ ପୃଷ୍ଠାର ମ୍ୟାଗଜିନ୍‌ ଜାରି କରି ଧମକ ଦେଇଛି ଅଲ-କାଏଦା । କହିଛି, ସେ ଏହି ହତ୍ୟାକାଣ୍ଡର ପ୍ରତିଶୋଧ ନେବ। ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ଅତି ଅହମ୍ମଦ ଓ ତା ଭାଇ ଅଶ୍ରଫର ହତ୍ୟାକୁ ସହଜରେ ଗ୍ରହଣ କରି ପାରିନାହିଁ ଆତଙ୍କବାଦୀ ସଙ୍ଗଠନ ଅଲ୍-କାଏଦା । ଏକ ୭ ପୃଷ୍ଠାର ମାଗାଜିନ ଜାରି କରି ଏହି ଆତଙ୍ଗବାଦୀ ସଙ୍ଗଠନ ପ୍ରତିଜ୍ଞା କରିଛି ମୁସଲିମଙ୍କୁ ହତ୍ୟା ବ୍ୟର୍ଥ ଯିବ ନାହିଁ ।

ସୂଚନା ଅନୁସାରେ, ମାଫିଆ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ୧୫ ଏପ୍ରିଲ ରାତିରେ ପ୍ରୟାଗରାଜଠାରେ ହତ୍ୟା କରାଯାଇ ଥିଲା। ସାମ୍ବାଦିକ ବେଶରେ ଆସି ୩ଜଣ ଗୁଳିକରି ହତ୍ୟା କରିଥିଲେ । ପାଖାପାଖି ୧୮ ରାଉଣ୍ଡ ଫାୟାରିଂରେ ୮ଟି ଅତିକଙ୍କ ଦେହରେ ବାଜିଥିଲା । ଶୁକ୍ରବାର ଜୁମାର ନମାଜ ପରେ ପାଟଣାରେ ଅତିକ୍‌ ଅହମ୍ମଦଙ୍କ ସମର୍ଥନରେ ନାରାବାଜି ହୋଇଥିଲା । ଅନ୍ୟପଟେ ଇଦ୍‌ ପାଇଁ ପ୍ରୟାଗରାଜ ସମେତ ୟୁପିର ଅନେକ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼