Masthead

ଅତିକ-ଅଶ୍ରଫ ହତ୍ୟାର ପ୍ରତିଶୋଧ, ଧମକ ଦେଲା ଅଲ-କାଏଦା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅତିକ-ଅଶ୍ରଫ ହତ୍ୟାର ପ୍ରତିଶୋଧ ନେବୁ । ଆତଙ୍କୀ ସଙ୍ଗଠନ ଅଲ-କାଏଦାର ଧମକ । ୭ ପୃଷ୍ଠାର ମ୍ୟାଗଜିନ୍‌ ଜାରି କରି ଧମକ ଦେଇଛି ଅଲ-କାଏଦା । କହିଛି, ସେ ଏହି ହତ୍ୟାକାଣ୍ଡର ପ୍ରତିଶୋଧ ନେବ। ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ଅତି ଅହମ୍ମଦ ଓ ତା ଭାଇ ଅଶ୍ରଫର ହତ୍ୟାକୁ ସହଜରେ ଗ୍ରହଣ କରି ପାରିନାହିଁ ଆତଙ୍କବାଦୀ ସଙ୍ଗଠନ ଅଲ୍-କାଏଦା । ଏକ ୭ ପୃଷ୍ଠାର ମାଗାଜିନ ଜାରି କରି ଏହି ଆତଙ୍ଗବାଦୀ ସଙ୍ଗଠନ ପ୍ରତିଜ୍ଞା କରିଛି ମୁସଲିମଙ୍କୁ ହତ୍ୟା ବ୍ୟର୍ଥ ଯିବ ନାହିଁ ।

ସୂଚନା ଅନୁସାରେ, ମାଫିଆ ଅତିକ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ୧୫ ଏପ୍ରିଲ ରାତିରେ ପ୍ରୟାଗରାଜଠାରେ ହତ୍ୟା କରାଯାଇ ଥିଲା। ସାମ୍ବାଦିକ ବେଶରେ ଆସି ୩ଜଣ ଗୁଳିକରି ହତ୍ୟା କରିଥିଲେ । ପାଖାପାଖି ୧୮ ରାଉଣ୍ଡ ଫାୟାରିଂରେ ୮ଟି ଅତିକଙ୍କ ଦେହରେ ବାଜିଥିଲା । ଶୁକ୍ରବାର ଜୁମାର ନମାଜ ପରେ ପାଟଣାରେ ଅତିକ୍‌ ଅହମ୍ମଦଙ୍କ ସମର୍ଥନରେ ନାରାବାଜି ହୋଇଥିଲା । ଅନ୍ୟପଟେ ଇଦ୍‌ ପାଇଁ ପ୍ରୟାଗରାଜ ସମେତ ୟୁପିର ଅନେକ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ