Before Header

ଆତଙ୍କୀଙ୍କ ପାଇଁ ନୂଆ ଅଭିଯାନ ‘ଅପରେସନ ଅଲଆଉଟ’

0 12

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ପାକିସ୍ତାନ ଆରମ୍ଭ କରିବାକୁ ଯାଉଛି ଏକ ନୂଆ ଅଭିଯାନ । ଆତଙ୍କବାଦୀ ନିପାତ ଲାଗି ପାକ ସେନା ଖୁବଶୀଘ୍ର ଆରମ୍ଭ କରିବେ ‘ଅପରେସନ ଅଲଆଉଟ’ । ପ୍ରଧାନମନ୍ତ୍ରୀ ଶାହାବାଜ ଶରିଫଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ଜାତୀୟ ସୁରକ୍ଷା କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ନିଷ୍ପତି ଅନୁସାରେ ପାକିସ୍ତାନରେ ନିଷିଦ୍ଧ ଆତଙ୍କୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗତ ୩ ମାସରେ ପାକିସ୍ତାନର ବିଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ ଯୋଗୁଁ ୧୨୭ ଜଣ ପୋଲିସ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.