Masthead

ଅବସର ଗ୍ରହଣକୁ ପୂରିଲାଣି ୨୫ ବର୍ଷ: ତଥାପି ମିଳିନି ପେନସନ

କେନ୍ଦ୍ରାପଡ଼ା, (ବଡ଼ ଖବର ବ୍ୟୁରୋ): ବୟସ ୮୫ ଟପିଲାଣି। ଶରୀରକୁ ମାଡ଼ିବସିଲେଣି ଅନେକ ରୋଗ। ହେଲେ ମେଡସିନ୍ ଖାଇବାକୁ ପାଖରେ ଟଙ୍କାଟିଏ ବି ନାହିଁ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଜ୍ରବାଣ ଗ୍ରାମରେ। ନାଁ ତାଙ୍କର ବ୍ରଜକିଶୋର ଶତପଥୀ। ଗରଦପୁରରେ ଜଳସେଚନ ବିଭାଗରେ କାର୍ୟ୍ୟ କରୁଥିଲେ ସେ। ସରକାରୀ ଚାକିରି କରିଥିଲେ। ତେଣୁ ଅବସର ପରେ ପେନସନ ଗଣ୍ଡାକ ପାଇଲେ ବାର୍ଦ୍ଧକ୍ୟ ଜୀବନ ସୁରୁଖୁରୁରେ ବିତିଯିବ ବୋଲି ଭାବିଥିଲେ। ଏଇଥିପାଇଁ ତ ଜୀବନର ସବୁ ମୂଲ୍ୟବାନ ସମୟ ସ୍ୱଳ୍ପ ଦରମାରେ ସରକାରଙ୍କ ପାଇଁ କାମ କଲେ। ହେଲେ ଅବସରର ୨୫ ବର୍ଷ ପରେ ବି ବ୍ରଜକିଶୋରଙ୍କୁ ମିଳିପାରିଲାନି ପେନସନ। କର୍ମଚାରୀଙ୍କୁ ଲାଞ୍ଚ ଦେଇପାରିଲେନି ବୋଲି ତାଙ୍କ ପେନସନ ଫାଇଲକୁ ହଜେଇ ଦେଲେ ବୋଲି କ୍ଷୋଭର ସହ ଅଭିଯୋଗ କରିଛନ୍ତି ବ୍ରଜକିଶୋର। ଧାର କରଜ କରି ପେନସନ ପାଇଁ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ବାରମ୍ବାର ଯାଇ ହଜାର ହଜାର ଟଙ୍କା ଖର୍ଚ୍ଚ କଲେ, ହେଲେ କିଛି ସୁଫଳ ମିଳିଲା ନାହିଁ। ଆଉ ଏବେ ଯେଉଁମାନଙ୍କଠୁ ଟଙ୍କା ଧାର ଆଣିଥିଲେ ସେମାନେ ସବୁଦିନ ଆସି ମାଗୁଛନ୍ତି। ହେଲେ ଶୁଝିବାକୁ ବ୍ରଜକିଶୋରଙ୍କ ନିକଟରେ ଆଉ ସେ ଜୁ ନାହିଁ। ଏମିତି ଲୋକଙ୍କ କଥା ଶୁଣି ଶୁଣି ସେ ଏବେ ଶଯ୍ୟାଶାୟୀ ହୋଇଯାଇଛନ୍ତି। କେବଳ ନିଜର ମରଣକୁ ଦିନ ଗଣୁଛନ୍ତି ସେ। କେବେ ମୃତ୍ୟୁ ଆସିବ ଆଉ ତାଙ୍କୁ ନେବ। ଏଠି ସରକାର ମୋ ସରକାର ଆଉ ୫-ଟି କଥା କହୁଛନ୍ତି। ସରକାରରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅଛି ବୋଲି ଡେଙ୍ଗୁରା ପିଟାଯାଉଛି। ଯୋଜନା ଉପରେ ଯୋଜନା କରି ବାହାବା ନେଉଛନ୍ତି। କିନ୍ତୁ ବାସ୍ତବରେ ଲୋକେ କିପରି ହୀନସ୍ତା ହେଉଛନ୍ତି ତାହା ଏହି ଘଟଣାରୁ ସ୍ପଷ୍ଟ ନୁହେଁ କି? ଏବେ ବ୍ରଜକିଶୋରଙ୍କୁ ତୁରନ୍ତ ସହାୟତା ଓ ତାଙ୍କ ବକେୟା ପେନସନ ଦେବା ସହ ସରକାରୀ ସହାୟତାରେ ଚିକିତ୍ସା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି