Masthead

ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମାଷ୍ଟରକ୍ୟାଣ୍ଟିନରେ ପୋଲିସ-ଅଟୋ ଡ୍ରାଇଭର ମୁହାଁମୁହିଁ ଘଟଣା । ଆକ୍ସନ ମୋଡରେ ପୋଲିସ । ମାଷ୍ଟରକ୍ୟାଣ୍ଟିନରେ ଥିବା ଅଟୋଷ୍ଟାଣ୍ଡକୁ ଭାଙ୍ଗିଲା ପ୍ରଶାସନ । ଜେସିବି ଲଗାଇ ଷ୍ଟାଣ୍ଡ ଭଙ୍ଗାଯାଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଅଟୋ ଚାଳକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗତକାଲି ମାଷ୍ଟରକ୍ୟାଣ୍ଟିନ୍ ରଣକ୍ଷେତ୍ର ପାଲଟିଥିଲା । ଦାବି ପୂରଣ ପାଇଁ ତିନି ଦିନ ହେବ ରାଜରାସ୍ତାରେ ବସିଥିଲେ ଅନଲାଇନ ଅଟୋ ଡ୍ରାଇଭର ସଙ୍ଘ । ୪୦୦ରୁ ଉଦ୍ଧ୍ୱର୍ ଅଟୋ ଆଣି ରାଜରାସ୍ତାରେ ରଖଥିଲେ । ଖାଲି ସେତିକି ନୁହେଁ କେତେକ ଗାଡି ଓ ‘ଆମ ବସ୍’କୁ ଢେଲା ପଥର ମାଡ କରିଥିଲେ ଆନ୍ଦୋଳନକାରୀ ।

ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ପାଣିମାଡ ଓ ଲାଠିଚାର୍ଜ କରିଥିଲା କମିଶନରେଟ୍ ପୁଲିସ୍ । ପରେ ୫୩୪ଟି ଅଟୋକୁ ଜବତ କରାଯିବ ସହ ଏହି ମାମଲାରେ ଖାରବେଳ ଥାନାରେ ମୋଟ ୭ଟି ମାମଲା ରୁଜୁ ହୋଇଛି । ସାଧାରଣ ଲୋକ ୨ଟି ମାମଲା କରିଥିବା ବେଳେ ଆମ ବସ୍ କର୍ମଚାରୀ ୪ଟି ଓ ପୁଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ କରାଯାଇଛି । ରାଜଧାନୀରେ ବିଶୃଙ୍ଖଳା ପାଇଁ ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପରିବହନ ବିଭାଗ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ବଢ଼ିବ ବର୍ଷା ପରିମାଣ! 🔴 କେବେ ବାହାରିବେ ଦାରା ସିଂ,ରାଗିଗଲେ ସୁୁପ୍ରିମକୋର୍ଟ 🔴 ଓଡ଼ିଶା ପାଇଁ ବଡ଼ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର 🔴 ଲୋୟର ପିଏମଜିରେ ଅନଲାଇନ ଗାଡ଼ି ଚାଳକ-ପୋଲିସ ମୁହାଁମୁହିଁ 🔴 ଶିବାଜୀ ମାଝୀଙ୍କ ପରଲୋକ 🔴 ଫୁଲୁଛି ସୁବର୍ଣ୍ଣରେଖା, ଜଳବନ୍ଦୀରେ ଗାଁ 🔴 ଭୟାବହ ଅଗ୍ନିକାଣ୍ଡ, ୯ ମୃତ 🔴 ପ୍ରବଳ ବର୍ଷା, ୪ ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ