Masthead

ଅନିଚ୍ଛା ସତ୍ତ୍ୱେ ହେଉଥିଲା ବିବାହ, ହାତଗଣ୍ଠି ପଡ଼ିବା ପୂର୍ବରୁ ଥାନାରେ ପହଞ୍ଚିଲା କନ୍ୟା

କୋରେଇ (ବଡ଼ ଖବର ବ୍ୟୁରୋ): ନାବଳିକାର ଅନିଚ୍ଛା ସତ୍ତ୍ୱେ ହେଉଥିଲା ବିବାହ । ହାତଗଣ୍ଠି ପଡ଼ିବା ପୂର୍ବରୁ ଥାନାରେ ପହଞ୍ଚିଲା ନାବାଳିକା । ପୋଲିସ ଅଟକାଇଲା ବାଲ୍ୟବିବାହ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାଣିକୋଇଲି ଥାନା ପଥରପଦା ପଞ୍ଚାୟତ ବେଙ୍ଗାସାହିରେ । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ପଥରପଦା ପଞ୍ଚାୟତ ବେଙ୍ଗାସାହିରେ ରହିଆସୁଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ରତ୍ନାକର ମହାରଣାଙ୍କ ପୁଅ ପିଙ୍କୁନ ମହାରଣାଙ୍କ ସହ ବେଙ୍ଗାସାହିର ମକରଧ୍ୱଜ ନାୟକଙ୍କ ନାବାଳିକା ଝିଅଙ୍କ ବାରଣ ସତ୍ତ୍ବେ ତାଙ୍କ ସହ ବିବାହ ଆୟୋଜନ କରାଯାଇଥିଲା ।

ତେବେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ନାବାଳିକା ଜଣଙ୍କ କୌଣସି ମତେ ସେଠାରୁ ଚାଲିଆସି ପାଣିକୋଇଲି ଥାନାରେ ଘଟଣା ସମ୍ପର୍କରେ ଜଣାଇଥିଲେ । ଏନେଇ ପାଣିକୋଇଲି ପୁଲିସ ଘଟଣାସ୍ଥଳକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ବେଙ୍ଗାସାହି ଯାଇ ବାଲ୍ୟବିବାହରେ ସମ୍ପୃକ୍ତ ଥିବା ଉଭୟ ପକ୍ଷକୁ ପାଣିକୋଇଲି ଥାନାକୁ ଆଣିଥିଲେ । ପରେ ବୁଝାସୁଝା କରି ଛାଡିଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ