Masthead

ଅନିଚ୍ଛା ସତ୍ତ୍ୱେ ହେଉଥିଲା ବିବାହ, ହାତଗଣ୍ଠି ପଡ଼ିବା ପୂର୍ବରୁ ଥାନାରେ ପହଞ୍ଚିଲା କନ୍ୟା

କୋରେଇ (ବଡ଼ ଖବର ବ୍ୟୁରୋ): ନାବଳିକାର ଅନିଚ୍ଛା ସତ୍ତ୍ୱେ ହେଉଥିଲା ବିବାହ । ହାତଗଣ୍ଠି ପଡ଼ିବା ପୂର୍ବରୁ ଥାନାରେ ପହଞ୍ଚିଲା ନାବାଳିକା । ପୋଲିସ ଅଟକାଇଲା ବାଲ୍ୟବିବାହ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାଣିକୋଇଲି ଥାନା ପଥରପଦା ପଞ୍ଚାୟତ ବେଙ୍ଗାସାହିରେ । ଯାହା ଚର୍ଚ୍ଚାର ବିଷୟ ପାଲଟିଛି । ପଥରପଦା ପଞ୍ଚାୟତ ବେଙ୍ଗାସାହିରେ ରହିଆସୁଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ରତ୍ନାକର ମହାରଣାଙ୍କ ପୁଅ ପିଙ୍କୁନ ମହାରଣାଙ୍କ ସହ ବେଙ୍ଗାସାହିର ମକରଧ୍ୱଜ ନାୟକଙ୍କ ନାବାଳିକା ଝିଅଙ୍କ ବାରଣ ସତ୍ତ୍ବେ ତାଙ୍କ ସହ ବିବାହ ଆୟୋଜନ କରାଯାଇଥିଲା ।

ତେବେ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ନାବାଳିକା ଜଣଙ୍କ କୌଣସି ମତେ ସେଠାରୁ ଚାଲିଆସି ପାଣିକୋଇଲି ଥାନାରେ ଘଟଣା ସମ୍ପର୍କରେ ଜଣାଇଥିଲେ । ଏନେଇ ପାଣିକୋଇଲି ପୁଲିସ ଘଟଣାସ୍ଥଳକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ବେଙ୍ଗାସାହି ଯାଇ ବାଲ୍ୟବିବାହରେ ସମ୍ପୃକ୍ତ ଥିବା ଉଭୟ ପକ୍ଷକୁ ପାଣିକୋଇଲି ଥାନାକୁ ଆଣିଥିଲେ । ପରେ ବୁଝାସୁଝା କରି ଛାଡିଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ