Masthead

ତେଲେଙ୍ଗାନା ପାଇବ ନୂଆ ସଚିବାଳୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ତେଲେଙ୍ଗାନାର ନୂଆ ସଚିବାଳୟ ଆସନ୍ତାକାଲି ଉଦଘାଟନ ହେବ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ରାଜ୍ୟର ନୂଆ ସଚିବାଳୟ ଉଦଘାଟନ କରିବେ । ଏଥିପାଇଁ ଏକ ଭବ୍ୟ ସମାରୋହର ଆୟୋଜନ କରାଯାଇଛି । ଆଉ ୭-୮ ମାସ ପରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହେବ ।  ଏହାପୂର୍ବରୁ କେସିଆର୍ ନିଜକୁ ଆଧୁନିକ ତେଲେଙ୍ଗାନାର ନିର୍ମାତା ଭାବେ ନିଜକୁ ପ୍ରତିପାଦିତ କରିବାରେ ସଫଳ ହୋଇଛନ୍ତି । ପ୍ରାୟ ୧୦ ବର୍ଷ ତଳେ ନୂଆ ତେଲେଙ୍ଗାନା ରାଜ୍ୟ ଗଠନ ପାଇଁ କେସିଆର୍ ଆନ୍ଦୋଳନ କରିଥିଲେ। ୨୦୧୪ ନିର୍ବାଚନରେ ସେ ସମର୍ଥନ ଜୁଟାଇ ତେଲେଙ୍ଗାନାର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୯ ବର୍ଷର ଶାସନକାଳରେ କେସିଆର୍, ତେଲେଙ୍ଗାନାର ଜଳ ସଙ୍କଟ ଦୂର କରିବା ସହିତ ଅନେକ ବିକାଶମୂଳକ କାମ କରିଛନ୍ତି। ରବିବାର ଲୋକାର୍ପଣ ହେବାକୁ ଥିବା ତେଲେଙ୍ଗାନା ସଚିବାଳୟକୁ ବାବା ସାହେବ ଆମ୍ବେଦକରଙ୍କ ନାଁରେ ନାମିତ କରାଯାଇଛି। ଏହି ସଚିବାଳୟ ନିକଟରେ କେସିଆର୍ ଗତ ୧୪ ତାରିଖରେ ବାବା ସାହେବ ଆମ୍ବେଦକରଙ୍କ ଏକ ଭବ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ତେଲେଙ୍ଗାନାର ଆଗାମୀ ବିଧାନସଭା ନିର୍ବାଚନରେ କେସିଆରଙ୍କ ପାର୍ଟି ଭାରତ ରାଷ୍ଟ୍ର ସମିତିକୁ ବିଜେପି କଡ଼ା ଟକ୍କର ଦେବାର ସମ୍ଭାବନା ଅଛି। ଏଥିପାଇଁ କେସିଆର ନିଜକୁ ନୂଆ ତେଲେଙ୍ଗାନାର ପ୍ରତିଷ୍ଠାତା ଭାବେ ଜନସାଧାରଣଙ୍କ ନିକଟରେ ନିଜକୁ ଉପସ୍ଥାପିତ କରୁଛନ୍ତି ।  ରବିବାର ସକାଳ ୬ଟା ୮ରେ ନୂଆ ସଚିବାଳୟ ସୌଧର ଲୋକାର୍ପଣ ହେବ। ଅପରାହ୍ଣ ଗୋଟାଏ ୨୦ରେ କେସିଆର ମୁଖ୍ୟମନ୍ତ୍ରୀଙ୍କ ନୂଆ କାର୍ଯ୍ୟାଳୟକୁ ଯାଇ କାମ କରିବେ। ତେଲେଙ୍ଗାନାର ନୂଆ ସଚିବାଳୟରେ ସବୁ ପ୍ରକାରର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ରାଜ୍ୟ ସରକାରଙ୍କ ସବୁ ବିଭାଗ ଏହି ନୂଆ ସଚିବାଳୟରୁ କାମ କରିବେ।୨୬୫ ଫୁଟ୍ ଉଚ୍ଚ ୮ ମହଲା ବିଶିଷ୍ଟ ଏହି ବିଲଡିଂରେ ରହିଛି ଅତ୍ୟାଧୁନିକ ସୁବିଧା ସୁଯୋଗ। ଏକସଙ୍ଗେ ୧୨ ହଜାର କର୍ମଚାରୀ ନୂଆ ସଚିବାଳୟରେ କାର୍ଯ୍ୟ କରିବେ। ହାଇଦ୍ରାବାଦର ହୁସେନ୍ ସାଗର ନିକଟରେ ୭.୭୨ ଏକର ଜମିରେ ନୂଆ ସଚିବାଳୟର ନିର୍ମାଣ କରାଯାଇଛି। ଏହି ବିଲଡିଂରେ ଅତ୍ୟାଧୁନିକ ପାର୍କିଂର ବ୍ୟବସ୍ଥା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି