Masthead

ଆଜିଠୁ ଟ୍ରିବ୍ୟୁନାଲ ଟିମର ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜିଠୁ ଟ୍ରିବ୍ୟୁନାଲ ଟିମର ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ । ୪ ଦିନ ଧରି ବ୍ୟାରେଜ, ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବେ ଟିମ । ମହାନଦୀ ଜଳ ବିବାଦକୁ ନେଇ ଗଠିତ ଟ୍ରିବ୍ୟୁନାଲ ଟିମ ଆଜିଠୁ ୩ ତାରିଖ ଯାଏଁ କ୍ଷେତ୍ର ପରିଦର୍ଶନ କରିବେ । ଟ୍ରିବ୍ୟୁନାଲ ଅଧିକାରୀ ୪ ଦିନ ମଧ୍ୟରେ ଛତିଶଗଡ଼ର ମଧ୍ୟ ଅବବାହିକାରୁ ତଳମୁଣ୍ଡର ବ୍ୟାରେଜ୍, ବିଭିନ୍ନ ପ୍ରକଳ୍ପ ଓ ଉପ-ଅବବାହିକା ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

ପ୍ରଥମେ ଜଙ୍କ୍ ଓ ଉପର ମହାନଦୀ ମୁଖ୍ୟ ଅବବାହିକା, ବଲ୍ଲାର ଜଳଭଣ୍ଡାର, କାଶଦଲ ଓ ସିଓରିନାରାୟଣ ବ୍ୟାରେଜ୍ ବୁଲି ଦେଖିବେ । ଆସନ୍ତାକାଲି ଅପାଭଇଁଷାଝର, ହାସଦେଓ ବାଙ୍ଗୋ ଅନ୍ୟ ବ୍ୟାରେଜ୍ ଅନୁଧ୍ୟାନ କରିବେ । ୨ ତାରିଖରେ ବସନ୍ତପୁର ବ୍ୟାରେଜ୍, ମିରୋନି ବ୍ୟାରେଜ୍, କଲମା ବ୍ୟାରେଜ୍ ସହ ସୁରଜଗଡ଼ ବ୍ରିଜ ପରିଦର୍ଶନ କରିବେ । ଶେଷ ଦିନରେ ଟ୍ରିବ୍ୟୁନାଲ ଟିମ୍ କେଲୋ ପ୍ରକଳ୍ପର ପରିଦର୍ଶନରେ ଯାଇ ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା