Masthead

ପୂର୍ତ୍ତବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ଆନ୍ଦୋଳନ ପାଇଁ ସଜବାଜ

(ବଡ଼ ଖବର ବ୍ୟୁରୋ):   ବରଗଡ଼ ଜିଲ୍ଲାର ପଦ୍ମପୁର ପୂର୍ତ୍ତବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ସମଗ୍ର ପାଇକମାଳ ଅଞ୍ଚଳବାସୀ ଆନ୍ଦୋଳନ ପାଇଁ ସଜବାଜ ହେଇଥିବା ସୂଚନା ମିଳିଛି। ପାଇକମାଳ ମୁଖ୍ୟ ରାସ୍ତା ବିଜୁ ଏକ୍ସପ୍ରେସ ୱେ ଯାଇଥିବା ବେଳେ ବାରମ୍ବାର ରାସ୍ତା ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଛି। ପାଇକମାଳର ସାଲେପାଲି ଠାରୁ କେନ୍ଦୁଭଟା ପର୍ଯ୍ୟନ୍ତ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଲୋକ ପ୍ରାଣ ହରାଇ ସାରିଥିଲେ ହେଁ ପି.ଡ଼ବ୍ଲୁ.ଡି. ବିଭାଗ ଲୋକଙ୍କ ଦାବି ଶୁଣୁ ନାହାନ୍ତି ।

ଏ ନେଇ ନାଗରିକ କମିଟି ସଭାପତି ମନୋଜ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ନୃସିଂହନାଥ ଧର୍ମଶାଳା ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ୟବସାୟୀ ସଙ୍ଘ ସମେତ ସାମ୍ବାଦିକ ସଙ୍ଘ ମଧ୍ୟ ସାମିଲ ହୋଇ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ସ୍ବାସ୍ଥ୍ୟ, ସ୍ବଚ୍ଛତା ସହ ଗମନାଗମନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ତେବେ ଆସନ୍ତା ୨୫ତାରିଖରେ ପାଇକମାଳ ମୁଖ୍ୟ ଛକରେ ଏକ ସ୍ବତନ୍ତ୍ର ସଭା କରାଯାଇ ଧାରଣ ଦେବା ସହ ପି.ଡବ୍ଲୁ.ଡି. ବିଭାଗ ମନମୁଖୀ କାର୍ଯ୍ୟ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ