Masthead

ଗୁଇନ୍ଦା ରିପୋର୍ଟ ପରେ ବି କାହିଁକି ହିଂସା ରୋକିପାରିଲାନି ପୋଲିସ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ):  ସମ୍ବଲପୁର ହିଂସାକୁ ନେଇ କାଠଗଡ଼ାରେ ପୋଲିସ । ହିଂସା ରୋକିବାର ସୂଚନା ପାଇ ବି ଫେଲ୍ ମାରିଛି ପୋଲିସ । ଗୁଇନ୍ଦା ରିପୋର୍ଟ ସାମ୍ନାକୁ ଆସିବା ପରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ସମ୍ବାଲପୁରରେ ଜାଣିଶୁଣି ପୋଲିସ ହିଂସା କରିବାକୁ ଦେଲା ବୋଲି ସଂଗୀନ ଆରୋପ ଲଗାଇଛନ୍ତି । ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ବିରୋଧୀଙ୍କ କଥାକୁ ସରକାର କର୍ଣ୍ଣପାତ ନ କରିପାରନ୍ତି । କିନ୍ତୁ ସାଧାରଣ ଲୋକଙ୍କ ବ୍ୟାବସ୍ଥା ଉପରୁ ଆସ୍ଥା ଉଠିଗଲାଣି । ସରକାର ଅନ୍ତତଃ ଏହାକୁ ନେଇ ଭୟ କରିବା ଉଚିତ୍ । ପୋଲିସ ନିକଟରେ ଆଗୁଆ ସୂଚନା ଥିଲା ସମ୍ବଲପୁରରେ ହିଂସା ଆଶଙ୍କା ରହିଛି ।

ହେଲେ କାହିଁକି ଏହାକୁ ରୋକିବାକୁ ପଦକ୍ଷେପ ନିଆଗଲାନାହିଁ, ହିଂସା ହେବାକୁ ଦିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି । ପୋଲିସର ଭୂମିକା ସନ୍ଦେହଜନ ବୋଲି କହିଛନ୍ତି ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର । ଗୁଇନ୍ଦା ରିପୋର୍ଟ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ବ୍ୟାକଫୁଟରେ । ପୋଲିସ ଜାଣିଶୁଣି ହିଂସା କରିବାକୁ ଦେଲା ବୋଲି ବିରୋଧୀଙ୍କ ଅଭିଯୋଗରେ ଶାସକ ଦଳ ସଦସ୍ୟ ଉତ୍ତର ଦେବା ବଦଳରେ ପୋଲିସ କୋର୍ଟକୁ ବଲ୍ ଫିଙ୍ଗି ଦେଇଛନ୍ତି । ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, ଏଭଳି ଅଭିଯୋଗର ଉତ୍ତର ସେ ନୁହେଁ ବରଂ ପୋଲିସ ଦେଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ