Masthead

୫୧୧ ବର୍ଷର ପରମ୍ପରା ଭାଙ୍ଗିବ କରୋନା

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ଚଳିତ ବର୍ଷ ସୃଷ୍ଟି ହେବ ନୂଆ ଇତିହାସ । ଭାଙ୍ଗିବ ୫୧୧ ବର୍ଷର ଜଳେଶ୍ୱର ରାୟ ମହାଶୟଙ୍କ ଦେବୀପୂଜା ପରମ୍ପରା । ମୂର୍ତ୍ତି ବଦଳରେ ହେବ କଳସ ପୂଜା । ରାଜପ୍ରସାଦର ଚତୁଃପାଶ୍ୱର୍ର ପ୍ରବେଶ ପଥକୁ ଜଗିବ ପୋଲିସ ।

ଭାରତରେ ଇଂରେଜ ଶାସନ ଆରମ୍ଭ ହେବା ପୂର୍ବରୁ ରାଜ୍ୟଗୁଡିକ ନବାଵମାନଙ୍କ ଦ୍ୱାରା ଶାସିତ ହେଉଥିଲା । ବଙ୍ଗ, ବିହାର ,ଓଡ଼ିଶା ତିନୋଟି ରାଜ୍ୟକୁ ବଙ୍ଗଳାର ନବାଵ ଶାସନ କରୁଥିଲେ । ୧୪୯୩ ଖ୍ରୀଷ୍ଟାବ୍ଦରୁ ୧୫୧୯ ପର୍ୟ୍ୟନ୍ତ ହୋସେନ ଶାହା ବଙ୍ଗଳାର ନବାଵ ଥିଲେ । ପୁରନ୍ଦର ବୋଷ ନବାଵ ସରକାରଙ୍କର ଜଣେ ଉଚ୍ଚ କର୍ମଚାରୀ ଥିଲେ । ରାମଚନ୍ଦ୍ର ଘୋଷ ପୁରନ୍ଦର ବୋଷଙ୍କର ଜାମାତା ଥିଲେ । ୧୫୦୮ ଖ୍ରୀଷ୍ଟାବ୍ଦରେ ନବାଵ ରାମଚନ୍ଦ୍ର ଘୋଷଙ୍କୁ ଜଳେଶ୍ୱରର ସଦର କାନୁନଗୋ ପଦରେ ନିଯୁକ୍ତି ଦେଇଥିଲେ ।

ରାମଚନ୍ଦ୍ର ଘୋଷଙ୍କ ବାସସ୍ଥାନ ହାଓଡ଼ା ଜିଲ୍ଲା ,ଉତ୍ତରପାଡ଼ା,ବାଲିରେ । ତାଙ୍କର କୁଳଦେବୀ ଥିଲେ ଶ୍ୟାମାସୁନ୍ଦରୀ ଠାକୁରାଣୀ । ଠାକୁରାଣୀଙ୍କ ସହ ସେ ଜଳେଶ୍ୱରକୁ ପଳାଇଆସିଥିଲେ । ଜାତିରେ ସେ ବଙ୍ଗାଳୀ କାୟସ୍ତ ଓ ଜଣେ ଶାସକ , ପ୍ରଜାମାନଙ୍କ ମଙ୍ଗଳ ପାଇଁ ୧୫୦୮ ଖ୍ରୀଷ୍ଟାବ୍ଦରେ ଜଳେଶ୍ୱରରେ ଦୁର୍ଗାପୂଜା ଆରମ୍ଭ କରିଥିଲେ ।

୧୭୨୦ ଖ୍ରୀଷ୍ଟାବ୍ଦରେ ଏହି ବଂଶର କୁଳଦେବୀଙ୍କ ବାସସ୍ଥାନ ଜଳେଶ୍ୱରରୁ ଲକ୍ଷ୍ମଣନାଥକୁ ସ୍ଥାନାନ୍ତରିତ ହୋଇଥିଲା । ସେହିଦିନଠାରୁ ଅଦ୍ୟାବଧି ମହାଶୟଙ୍କ ଦ୍ୱାରା ନିର୍ମିତ ବିଶାଳ ମଣ୍ଡପରେ ମା ଠାକୁରାଣୀଙ୍କ ପୂଜା ହୋଇଆସୁଛି । ୧୯୫୨ ମସିହାରେ ଜମିଦାର ପ୍ରଥା ଉଚ୍ଛେଦ ହେବାରୁ ମହାଶୟ ଦେବୀପୂଜାକୁ ବନ୍ଦ କରିଦେଲେ । ୧୯୫୨ ଓ ୧୯୫୩ ମସିହାରେ ଦେବୀପୀଠରେ ପୂଜା ବନ୍ଦ ରହିଲା । ଠିକ ସେତିକିବେଳେ ଅନାବୃଷ୍ଟି ଯୋଗୁଁ ଧାନଚାଷ ଆଦୌ ହେଲାନାହିଁ । ଯାହାକି ଲୋକଙ୍କ ଭାବନା ଯେ ଚାଷ ଉପରେ ଦେବୀଙ୍କ କୋପ ଦୃଷ୍ଟି ପଡିଲା । ଦେବୀଙ୍କୁ ପ୍ରସନ୍ନ କରିବାକୁ ଯାଇ ପୁଣି ୧୯୫୪ ମସିହାରେ ଅଞ୍ଚଳବାସୀ ମହାଶୟଙ୍କ ସହ ଆଲୋଚନା କରି ପୂର୍ବଭଳି ପୂଜା ଆରମ୍ଭ କରିଥିଲେ । ମାତ୍ର ଚଳିତ ବର୍ଷ ପୁଣି ମା’ଙ୍କ ପୂଜା ବନ୍ଦ ହେବାକୁ ଯାଉଥିବାରୁ ଭକ୍ତଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ