Masthead

‘ରାଜ୍ୟରେ କେତେ ଜାତି ଅଛନ୍ତି, ତାଲିକା ଚୂଡ଼ାନ୍ତ କରନ୍ତୁ ରାଜ୍ୟ ସରକାର’

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଓବିସି ସର୍ଭେକୁ ନେଇ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳଙ୍କ ସାମ୍ବାଦିକ ସମ୍ମିଳନୀ । ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ସର୍ଭେ ପ୍ରହସନ ଏବଂ ପ୍ରବଞ୍ଚନା ବୋଲି କଲେ ଅଭିଯୋଗ କରିଛନ୍ତି ସୁରଥ ବିଶ୍ୱାଳ । ୫୪ ପ୍ରତିଶତ ଲୋକଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର । ପଛୁଆ ବର୍ଗଙ୍କ ଆକ୍ରୋଶରୁ ଦୃଷ୍ଟି ହଟାଇବା ପାଇଁ ସରକାର ଏହି ସର୍ଭେ କରୁଛନ୍ତି । ଏସସିବିସି ତାଲିକାରେ ଅନେକ ଜାତିର ନା ନାହିଁ । କିନ୍ତୁ କେନ୍ଦ୍ର ଓବିସି ତାଲିକାରେ ଅଛି । କେନ୍ଦ୍ର ଓବିସି ତାଲିକାରେ ଯେଉଁ ମାନେ ରହିଲେ, ସ୍ଵାଭାବିକ ଭାବେ ସେମାନେ ରାଜ୍ୟ ଏସସିବିସି ତାଲିକାରେ ରହିବା କଥା ।

୨୨ଟି ଜାତିକୁ ଓବିସି ତାଲିକାରୁ ଆଣି ଏସସିବିସିରୁ ଯୋଡିଲୁ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଏହା ସମ୍ପୂର୍ଣ୍ଣ ମିଛ ବୋଲି ଅଭିଯୋଗ କଲା ବିଜେପି । ପ୍ରଦୀପ ଜେନା ନଜାଣି ମିଛ କହିଲେ, ନା ବିଭ୍ରାନ୍ତି କରିବାକୁ ମିଛ କହିଲେ, ନା ରାଜ୍ୟର ୫୪ ଭାଗ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଯୋଜନା ବଦ୍ଧ ଭାବେ ଷଡ଼ଯନ୍ତ୍ର କଲେ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କଲା ବିଜେପି । କାରଣ ସେହି ଜାତି ମାନେ ଆଦୌ ଓବିସି ତାଲିକାରେ ନଥିଲା । ଏମାନେ ଆବେଦନ କରି ଓବିସି ତାଲିକାରେ ସାମିଲ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା