Masthead

ଜୀବିତକୁ ମୃତ ଘୋଷଣା କଲେ ଡାକ୍ତର

କାମାକ୍ଷାନଗର  (ବଡ଼ ଖବର ବ୍ୟୁରୋ): ଜୀବିତକୁ ମୃତ ଘୋଷଣା କଲେ ଡାକ୍ତର । କୁହନ୍ତି ଦ୍ୱିତୀୟ ଭଗବାନ ହେଉଛନ୍ତି ଡାକ୍ତର । ହେଲେ ଢେଙ୍କାନାଳରେ ଦେଖିବାକୁ ମିଳିଛି ଓଲଟା ଚିତ୍ର । ନବଜାତ ଶିଶୁକୁ ମୃତ ଘୋଷଣା କରିବା ପରେ ଶିଶୁଟି ଜୀବିତ ଥିବା ଜଣାପଡ଼ିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ।  ଢେଙ୍କାନାଳ ସହର ଖମାର ସାହି ଅଞ୍ଚଳର କୁନା ପ୍ରଧାନଙ୍କର ଢେଙ୍କାନାଳ ହସ୍ପିଟାଲରେ ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା।

ସମୟ ପୂର୍ବରୁ ପିଲାଟି ଜନ୍ମ ହୋଇଥିବାରୁ ମା’ ଗୁରୁତର ଥିଲେ। ଶିଶୁଟି କିନ୍ତୁ ମରିଯାଇଥିବା ଡାକ୍ତର କହିଥିଲେ । ଯାହାକୁ ନେଇ ଶିଶୁର ପରିବାର ଲୋକେ ଅଭିଯୋଗ କରିଛନ୍ତି । ଶିଶୁକୁ ଜନ୍ମ ଦେଇସାରିବା ପରେ ମା’ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଶିଶୁଟିକୁ ପରିବାର ଲୋକେ ଘରକୁ ନେଇଯାଇଥିଲେ। ପ୍ରାୟ ୫ଘଣ୍ଟା ପରେ ଶିଶୁଟି ବଞ୍ଚିଥିବାର ଜାଣିବା ପରେ ତାକୁ ପୁଣି ଢେଙ୍କାନାଳ ହସ୍ପିଟାଲକୁ ଆଣିଥିଲେ ପରିବାର ଲୋକେ । ଫଳରେ ନବଜାତକକୁ ସ୍ୱତନ୍ତ୍ର ନବଜାତ ଯତ୍ନ ବିଭାଗରେ ଭର୍ତ୍ତି କରାଯାଇଛି।

ଶିଶୁଟି ବଞ୍ଚିଥିବା ବେଳେ ଡାକ୍ତର କିଭଳି ତା’କୁ ମୃତ ଘୋଷଣା କଲେ ସେ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏପଟେ କିନ୍ତୁ ଶିଶୁଟିକୁ ମୃତ ଘୋଷଣା କରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଡାକ୍ତର । ଶିଶୁଟି ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହୋଇଥିବାରୁ ତା’କୁ ଏସଏନସିୟୁରେ ଭର୍ତ୍ତି କରିବା ପାଇଁ ପରିବାର ଲୋକଙ୍କୁ କୁହାଯାଇଥିବା ଡାକ୍ତର ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ