Masthead

୧୯୭୮ରେ ରତ୍ନଭଣ୍ଡାର ଯେତେ ରତ୍ନ ଥିଲା ତାହା ଏବେ ଅଛି ତ?: ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଜଗନ୍ନାଥଙ୍କ ସମ୍ପତ୍ତି ଲୁଟ କରିଥିବାରୁ ଜଗନ୍ନାଥ ସେମାନଙ୍କୁ କ୍ଷମା ଦେବେ ନାହିଁ । ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନା ନାହିଁ ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ଅପରାଧ କରିବେ ସରକାର କିନ୍ତୁ ଆମକୁ ଜଗନ୍ନାଥ କାହିଁକି ଅଭିଶାପ ଦେବେ ? ୧୯୭୮ରେ ରତ୍ନଭଣ୍ଡାର ଯେତେ ରତ୍ନ ଥିଲା ତାହା ଏବେ ଅଛି ତ? ରତ୍ନଭଣ୍ଡାର ଖୋଲି ସେସବୁ ଅଛି ନା ନାହିଁ ତାହା ପ୍ରକାଶ କରନ୍ତୁ । ୨୦୧୮ ଏପ୍ରିଲ ୩ ଅନୁଧ୍ୟାନ କମିଟି ରିପୋର୍ଟ ଅନୁସାରେ ରତ୍ନଭଣ୍ଡାର କାନ୍ଥ ଭାଙ୍ଗି ଯାଇଛି । କାନ୍ଥକୁ ବାଡେଇଲେ ଫମ୍ପା ଶବ୍ଦ ବାହାରୁଛି । ଲୁହାଛଡ଼ ବାହାରି ଗଲାଣି ।

ରତ୍ନଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ପ୍ରଶ୍ନ କରିଛି ବିଜେପି । ୧୯୭୮ରେ ତତ୍କାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା । ସେତେବେଳେ ଖୋଲା ଯାଇଥିବା ରତ୍ନଭଣ୍ଡାର ଅନୁସାରେ ଭିତର ରତ୍ନ ଭଣ୍ଡାରରେ ୩୬୭ ଆର୍ଟିକିଲ ଅର୍ଥାତ ୪୩୬୪ ଭରି ସୁନା ରହିଥିଲା । ୨୩୧ଟି ଆର୍ଟିକିଲ ଅର୍ଥାତ ୧୪,୮୭୮ ଭରି ରୁପା ଥିଲା । ତେଣୁ ତୁରନ୍ତ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଯାଉ । ଯଦି ୧୯୮୫ରେ ରତ୍ନଭଣ୍ଡାର ଖୋଲାଯାଇଥିଲା ତେବେ ସେତେବେଳେ ଚାବି କେଉଁଠି ରହିଥିଲା, କିଏ ଖୋଲିଥିଲା ଏବଂ ପୁଣି କିଏ ସବମିଟ କରିଥିଲା । ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ଯଦି ହଜିଲା ସେଥିପାଇଁ ଦାୟୀ ତାହା କୁହନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!