Masthead

୧୯୭୮ରେ ରତ୍ନଭଣ୍ଡାର ଯେତେ ରତ୍ନ ଥିଲା ତାହା ଏବେ ଅଛି ତ?: ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି । ଜଗନ୍ନାଥଙ୍କ ସମ୍ପତ୍ତି ଲୁଟ କରିଥିବାରୁ ଜଗନ୍ନାଥ ସେମାନଙ୍କୁ କ୍ଷମା ଦେବେ ନାହିଁ । ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି ନା ନାହିଁ ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ଅପରାଧ କରିବେ ସରକାର କିନ୍ତୁ ଆମକୁ ଜଗନ୍ନାଥ କାହିଁକି ଅଭିଶାପ ଦେବେ ? ୧୯୭୮ରେ ରତ୍ନଭଣ୍ଡାର ଯେତେ ରତ୍ନ ଥିଲା ତାହା ଏବେ ଅଛି ତ? ରତ୍ନଭଣ୍ଡାର ଖୋଲି ସେସବୁ ଅଛି ନା ନାହିଁ ତାହା ପ୍ରକାଶ କରନ୍ତୁ । ୨୦୧୮ ଏପ୍ରିଲ ୩ ଅନୁଧ୍ୟାନ କମିଟି ରିପୋର୍ଟ ଅନୁସାରେ ରତ୍ନଭଣ୍ଡାର କାନ୍ଥ ଭାଙ୍ଗି ଯାଇଛି । କାନ୍ଥକୁ ବାଡେଇଲେ ଫମ୍ପା ଶବ୍ଦ ବାହାରୁଛି । ଲୁହାଛଡ଼ ବାହାରି ଗଲାଣି ।

ରତ୍ନଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ପ୍ରଶ୍ନ କରିଛି ବିଜେପି । ୧୯୭୮ରେ ତତ୍କାଳୀନ ରାଜ୍ୟପାଳ ଭଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଥିଲା । ସେତେବେଳେ ଖୋଲା ଯାଇଥିବା ରତ୍ନଭଣ୍ଡାର ଅନୁସାରେ ଭିତର ରତ୍ନ ଭଣ୍ଡାରରେ ୩୬୭ ଆର୍ଟିକିଲ ଅର୍ଥାତ ୪୩୬୪ ଭରି ସୁନା ରହିଥିଲା । ୨୩୧ଟି ଆର୍ଟିକିଲ ଅର୍ଥାତ ୧୪,୮୭୮ ଭରି ରୁପା ଥିଲା । ତେଣୁ ତୁରନ୍ତ ରତ୍ନଭଣ୍ଡାର ଖୋଲି ଯାଞ୍ଚ କରାଯାଉ । ଯଦି ୧୯୮୫ରେ ରତ୍ନଭଣ୍ଡାର ଖୋଲାଯାଇଥିଲା ତେବେ ସେତେବେଳେ ଚାବି କେଉଁଠି ରହିଥିଲା, କିଏ ଖୋଲିଥିଲା ଏବଂ ପୁଣି କିଏ ସବମିଟ କରିଥିଲା । ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ଯଦି ହଜିଲା ସେଥିପାଇଁ ଦାୟୀ ତାହା କୁହନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି