Masthead

ପୁଷ୍ଟିକର ଖାଦ୍ୟ ପରିବର୍ତ୍ତେ ଅପୁଷ୍ଟିକର ଖାଦ୍ୟ ବଣ୍ଟନ

ବଡ଼ସାହି (ବଡ଼ ଖବର ବ୍ୟୁରୋ): ଶିଶିୁଙ୍କୁ ମିଳିବ ଉତ୍ତମ ଆହାର, ପୁଷ୍ଟି ହୀନତାକୁ ନଥିବ ଡର ,ସନ୍ତୁଳିତ ଆହାର,ସ୍ବାସ୍ଥର ଆଧାର,ଏ ନାରା ହେଉଛି ଆମ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ମାନଙ୍କ ଉଦେଶ୍ୟରେ ସମର୍ପିତ ।ହେଲେ ଯୋଜନା କେତେ ଦୂର ସଫଳ ହେଉଛି ସେଥିପ୍ରତି କାହାର ନଜର ପଡୁଛି । ଛତୁଆ ପ୍ରସ୍ତୁତକାରୀ ଓ ବଣ୍ଟନକାରୀ ସଂସ୍ଥା ସହିତ ବେତନଟୀ ମିଶନ ଓ ସିଡିପିଓ କାର୍ୟ୍ୟାଳୟର ମଧୁ ଚନ୍ଦ୍ରିକାରେ ଚାଳିଛି ଯୋଗାଣ ।ପୃଷ୍ଟିକର ଖାଦ୍ୟ ପରିବର୍ତ୍ତେ ଅପୃଷ୍ଟିକର ଖାଦ୍ୟ ଗୁଣ୍ତ ଭର୍ତ୍ତି ପ୍ୟାକେଟ ବଣ୍ଟନ କରି ମାଲାମାଲ ହେଉଛନ୍ତି ଯୋଗାଣକାରୀ ସଂସ୍ଥା ।

ସରକାରଙ୍କର ନିୟମକୁ ଅଣଦେଖା କରି ମନଇଛା ଅପୃଷ୍ଟିକର ଖାଦ୍ୟ ଚାଲିଛି ବଣ୍ଟନ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଂଜ ଜିଲ୍ଲାର ବେତନଟୀ ବ୍ଳକ ତଥା ବେତନଟୀ ପଞ୍ଚାୟତରେ । ଏହି ପଞ୍ଚାୟତର ଶୁଖିଲାହାର ଅଙ୍ଗନଓ୍ବାଡି କେନ୍ଦ୍ରରୁ ହାଟସାହି ବାସିନ୍ଦାଙ୍କୁ ମିଳିଥିବା ଛତୁଆ ପ୍ୟାକେଟ ଭିତରୁ ବାହାରୁଛି ପୋକ । ଏହିଛତୁଆ ପ୍ରସ୍ତୁତ ଓ ଯୋଗାଣ କରୁଛି ସନ୍ତୋଷୀ ମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ବେତନଟୀ ସିଡିପିଓ କାର୍ୟ୍ୟାଳୟରୁ ମାତ୍ର ଶହେ ମିଟର ଦୂରରେ ଅବସ୍ଥିତ ତୁଳସୀଚଉରା ଗ୍ରାମରେ ଅବସ୍ଥିତ ଏହି ଛତୁଆ ପ୍ରସ୍ତୁତ କେନ୍ଦ୍ର । ଏହି କେନ୍ଦ୍ରରେ ଛତୁଆ ନିମ୍ନ ମାନର ହେଉଥିବା ଘଟଣା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି କୌଣସି ପଦକ୍ଷେପ ନେବାତ ଦୂରର କଥା , ଛତୁଆର ମାନ ନିରୁପଣ କେବଳ କାଗଜ ପତ୍ରରେ ଚାଲିଥିବା ଭଳି ଲାଗୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା