Masthead

‘ଦି କେରଲା ଷ୍ଟୋରି’ ଆରଏସଏସ ବିରୋଧରେ ବିଜୟନଙ୍କ ଅଭିଯୋଗ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ‘ଦି କେରଲା ଷ୍ଟୋରି’କୁ ନେଇ ଝଡ । ରିଲିଜ ପୂର୍ବରୁ ଫିଲ୍ମକୁ ନେଇ ବିବାଦ ସୃଷ୍ଟି ହୋଇଛି । ଟ୍ରେଲର ରିଲିଜ ପରେ ଫିଲ୍ମକୁ ବ୍ୟାନ କରିବା ପାଇଁ ଦାବି କରାଯାଇଛି । ଫିଲ୍ମରେ ମୁସଲମାନ ସମ୍ପ୍ରଦାୟକୁ ବଦନାମ କରାଯାଇଥିବା କୁହାଯାଇଛି । ମେ ୫ରେ ରିଲିଜ ହେବାକୁ ଥିବା ଫିଳ୍ମର ଟ୍ରିଜର ରିଲିଜ ହୋଇଛି । କଂଗ୍ରେସ ସମେତ ବିରୋଧୀ ଦଳ ଏହା ଉପରେ ଦେଶବ୍ୟାପୀ ନିଷେଧାଦେଶ ଜାରି କରିବା ପାଇଁ ଦାବି କରିଛନ୍ତି । ମୁସଲମାନ ସମ୍ପ୍ରଦାୟକୁ ନ୍ୟୂନ ଦେଖାଇବାକୁ ଯାଇ ମିଥ୍ୟା କାହାଣୀକୁ ନେଇ ସିନେମା ନିର୍ମାଣ କରାଯାଇଥିବା କୁହାଯାଇଛି । କଂଗ୍ରେସ କହିଛି ଫିଲ୍ମରେ କେବଳ ମିଛ ଭରି ରହିଛି ।

୩୨ହଜାର ହିନ୍ଦୁ ଓ ଖ୍ରୀଷ୍ଟିଆନ ମହିଳାଙ୍କୁ ଧର୍ମାନ୍ତରିତ କରି ଇସଲାମିକ୍ ଷ୍ଟେଟ ଦଖଲରେ ଥିବା ଅଞ୍ଚଳକୁ ପଠାଯାଇଛି । ଦକ୍ଷିଣ ଭାରତୀୟ ରାଜ୍ୟରୁ ନିଖୋଜ ହୋଇଥିବା ଏହି ମହିଳାମାନଙ୍କୁ ଇରାକ ଏବଂ ସିରିଆରେ ଆତଙ୍କବାଦୀ କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଦର୍ଶାଯାଇଛି । ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଦି କେରଲା ଷ୍ଟୋରିକୁ ସଂଘ ପରିବାରର ପ୍ରୋପାଗଣ୍ଡା ବୋଲି କହିଛନ୍ତି । ଫିଲ୍ମରେ କେରଳକୁ ଧର୍ମୀୟ କଠୋରବାଦର କେନ୍ଦ୍ର ଭାବେ ଉପସ୍ଥାପନ କରି ‘ଲଭ ଜିହାଦି’ ପ୍ରସଙ୍ଗ ଉଠାଯାଇଛି । ଲଭ ଜିହାଦି ଧାରଣାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିବା ବେଳେ ହିନ୍ଦି ଫିଲ୍ମରେ ଉଦେଶ୍ୟ ମୂଳକ ଭାବେ ରାଜ୍ୟକୁ ବଦନାମ ଉଦ୍ୟମ କରାଯାଇଛି ବୋଲି ବିଜୟନ କହିଛନ୍ତି । ଏନସିପି ମଧ୍ୟ ଫିଲ୍ମରେ ମୁସଲମାନ ସମ୍ପ୍ରଦାୟକୁ ଅନୁଚିତ ଢଙ୍ଗରେ ଉପସ୍ଥାପନ କରାଯାଇଥିବା ଅଭିଯୋଗ ଆଣଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା