Masthead

ମହାନଦୀ ପ୍ରସଙ୍ଗକୁ ସମ୍ପୂର୍ଣ ଭୁଲିଗଲେ ସରକାର

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ମହାନଦୀ ଜଳ ବିବାଦ ଏବେ ଚରମସୀମାରେ । ଟ୍ରିବ୍ୟୁନାଲ ଟିମ ଦ୍ୱିତୀୟ ପର୍ଯ୍ୟାୟରେ ଛତିଶଗଡ଼ରେ ପହଞ୍ଚ କଲମା ଅଞ୍ଚଳ ବୁଲିଛନ୍ତି । ଏଣେ ଏହାକୁ ନେଇ ଓଡ଼ିଶାରେ ରାଜନୀତି ଜୋର ଧରିଛି ।  ମହାନଦୀ ଆମର ଜୀବନ ଧାରା । କଲମାରେ ଛତିଶଗଡ଼ ଯେବେ ବ୍ୟାରେଜ କଲା, କେନ୍ଦ୍ର ସରକାର ଚୁପ୍ ରହିଲେ । ଏବେ କଲମା ଅଞ୍ଚଳ ଓ ବ୍ୟାରେଜ ପରିଦର୍ଶନ କରୁଛି ଟ୍ରିବୁ୍ୟନାଲ ଟିମ୍ । ଛତିଶଗଡ଼ର ବେଆଇନ କାମକୁ ସୁଧାରିବା ପାଇଁ ପରାମର୍ଶ ଦେବେ । ଓଡ଼ିଶା ପ୍ରତି ନ୍ୟାୟ କରିବେ ବୋଲି ବିେଜେଡି ଆଶା କରିଛି । କେନ୍ଦ୍ର ସରକାର ଛତିଶଗଡ଼ ସ୍ୱାର୍ଥ ଦେଖୁଥିବା ବେଳେ ଓଡିଶାର ସ୍ୱାର୍ଥ ପ୍ରତି ଆଖି ବୁଝି ଦେବା କେଉଁ ସଂଘୀୟ ବ୍ୟବସ୍ଥାରେ ଅଛି ବୋଲି ପ୍ରଶ୍ନ କରିଛି ବିଜେଡି ।   ତେଣେ ବିଜେପି କହିଛି ୨୦୧୯ ପରେ ମହାନଦୀ ପ୍ରସଙ୍ଗକୁ ସମ୍ପୂର୍ଣ ଭୁଲିଗଲେ ସରକାର। ୨୦୨୪ ନିର୍ବାଚନ ଥିବାରୁ ସରକାରୀ ଦଳ ଡ୍ରାମା କରୁଛନ୍ତି। ମଧ୍ୟସ୍ଥତା ମାଧ୍ୟମରେ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପୂର୍ବରୁ ଦାବି କରିଥିଲା ବିଜେପି। ନ୍ୟାୟ ଯୁଦ୍ଧ ପାଇଁ ଲମ୍ବା ସମୟ ଲାଗିବ। ୨୦-୨୫ ବର୍ଷ ଲାଗିପାରେ। କିନ୍ତୁ ଟ୍ରିବୁନାଲ କଥା କହିଲେ ସରକାର। ଏବେ ସେହି ଟ୍ରିବୁନାଳ ଉପରେ ସରକାରଙ୍କ ଭରସା ପାଉନି। କଂଗ୍ରେସ ମଧ୍ୟ ମହାନଦୀ ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।  ମହାନଦୀ ପାଣିକୁ ନେଇ ଚାଳିଛି ନ୍ୟାୟିକ ଲଢେଇ । ଏଇ ଲଢେଇର ଅନ୍ତ କେବେ ଓ ଓଡ଼ିଶାବାସୀ କେବେ ଅଣମୌସୁମୀରେ ପାଣି ପାଇବେ ତା’କୁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ