Masthead

ଓଡ଼ିଶାରୁ କୋଟିଆକୁ ଅଲଗା କରିଦେବ କି ଆନ୍ଧ୍ର?

ସେମିଳିଗୁଡ଼ା (ବଡ଼ ଖବର ବ୍ୟୁରୋ):  ଓଡ଼ିଶାରୁ କୋଟିଆକୁ ଅଲଗା କରିଦେବ କି ଆନ୍ଧ୍ର? ଓଡ଼ିଶା ପ୍ରତିବାଦର ସ୍ୱର କ୍ଷୀଣ ହେଉଥିବାରୁ ଫାଇଦା ଉଠାଇବାକୁ ପଡୋଶୀ ରାଜ୍ୟ ଚଳାଇଛି ଉଦ୍ୟମ ।  ଓଡ଼ିଶା ଓ କୋଟିଆ ମଧ୍ୟରେ ପାଚେରି ତିଆରି କରିବ କି ଆନ୍ଧ୍ର? । ଓଡ଼ିଶାର କୌଣସି ଲୋକେ ଯେପରି କୋଟିଆ ଯାଇପାରିବେ ନାହିଁ ଆନ୍ଧ୍ର ଚଳାଇଛି ଉଦ୍ୟମ । କୋରାପୁଟ ଜିଲ୍ଲାର କୁନ୍ଦୁଲିଠାରୁ ଦେଓମାଳି ରାସ୍ତାରେ ପ୍ରାୟ ୨୨ କିଲୋମିଟର ଗଲେ ପଡେ କୋଟିଆ । କୋଟିଆ ପଞ୍ଚାୟତ ଅଫିସଠାରୁ ୧୪ କିଲୋମିଟର ଗଲେ ଫାଟୁସିନେରି, ଫଗୁଣସିନେରି, ଗଞ୍ଜେଇପଦର, ସଲପକୁଡ଼ା, କୋଣାଦୋରା ପ୍ରଭୃତି ଗାଁ ରହିଛି । ଏହା ଓଡ଼ିଶାର । କୋଟିଆ ପଞ୍ଚାୟତର । ମାତ୍ର ଓଡ଼ିଶା ଲୋକେ ଯେପରି କୋଟିଆରେ ପଶି ପାରିବେ ନାହିଁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ମାଟି ପକାଇ ରାସ୍ତା ଅବରୋଧ କରାଯାଇଛି । ମାର୍କାରପୋଲ ନିକଟରେ ମାଟି ପକାଇ ରାସ୍ତା ଅବରୋଧ କରାଯାଇଛି । ଫାଟୁସିନେରି ପରେ ଆନ୍ଧ୍ର ସୀମା ଆରମ୍ଭ । କିନ୍ତୁ ଓଡ଼ିଶା ସୀମାରେ ମାଟି ପକାଇ ରାସ୍ତା ଅବରୋଧ କରାଯାଇଥିବା ବେଳେ ଆନ୍ଧ୍ର ସୀମା ମୁକୁଳା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର