Masthead

ଘୋର ସଙ୍କଟ ଦେଇ ଗତି କରୁଛି ଆମେରିକା, ଶେଷ ହେବାକୁ ବସିଲାଣି ପାଣ୍ଠି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭୁଶୁଡ଼ିବ ଆମେରିକା ଅର୍ଥନୀତି । ଘୋର ସଙ୍କଟ ଦେଇ ଗତି କରୁଛି ଆମେରିକା । ଶେଷ ହେବାକୁ ବସିଲାଣି ପାଣ୍ଠି । ନୂଆ ପାଣ୍ଠି ସଂଗ୍ରହ ପାଇଁ ସଂସଦର ଅନୁମତି ଦରକାର । ବିରୋଧୀଙ୍କ ଯୋଗୁଁ ଲାଗିରହିଛି ଅଚଳାବସ୍ଥା । ସରକାର ଓ ବିରୋଧୀ ଦଳ ମଧ୍ୟ‌ରେ ବିବାଦ ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ। ଏହାର ଶୀଘ୍ର ସମାଧାନ ନହେଲେ ଆମେରିକାର ଅର୍ଥନୀତି ଭୁଶୁଡ଼ିବାକୁ ବେଶି ସମୟ ଲାଗିବ ନାହିଁ। ଏଭଳି ପରିସ୍ଥିତି ସୃଷ୍ଟି ହେଲେ ପ୍ରଭାବିତ ହେବ ସାରା ବିଶ୍ୱର ଅର୍ଥନୀତି । ଆମେରିକାର ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଦେବାଳିଆ ହେବାରେ ଲାଗିଛନ୍ତ ।

ଜଟିଳ ହେଉଛି ପାଣ୍ଠି ସଙ୍କଟ ପରିସ୍ଥିତି । ଆମେରିକା ହେଉଛି ବିଶ୍ୱ ଅର୍ଥନୀତିର ମୂଳକେନ୍ଦ୍ର। ଏହା ଉପରେ ବିଶ୍ୱର ଅଧିକାଂଶ ଦେଶ ଓ ବିଶ୍ୱସ୍ତରୀୟ ସଂସ୍ଥା ନିର୍ଭରଶୀଳ। ଏହା ବିଭିନ୍ନ ଦେଶକୁ ଆର୍ଥିକ ଓ ସାମରିକ ସହାୟତା ପ୍ରଦାନ କରୁଛି। ବିଶ୍ୱବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି, ଜାତିସଂଘ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଦି ଅନେକ ସଂସ୍ଥା ଆମେରିକୀୟ ସହାୟତା ଉପରେ ନିର୍ଭର କରିଥାନ୍ତି। ଯଦି ଆମେରିକାରେ ଆର୍ଥିକ ସଙ୍କଟ ଦେଖାଦେବ, ଏହା ଉପରେ ନିର୍ଭରଶୀଳ ଥିବା ସବୁ ଦେଶ ଓ ସଂଗଠନ ଦୁର୍ବଳ ହେଇପଡ଼ିବ । ଏବଂ ସାରା ବିଶ୍ୱରେ ଘୋର ଅସ୍ଥିରତା ସୃଷ୍ଟି ହେବ । ଆମେରିକାଠାରୁ ସହାୟତା ପାଉଥିବା ଗରିବ ଦେଶଗୁଡ଼ିକରେ କ୍ଷୁଧା, ଅନାହାର ଓ ଦାରିଦ୍ର୍ୟ ବଢ଼ିଯିବ। ବିଶ୍ୱ ସ୍ତରରେ ଷ୍ଟକ ବଜାର ଭୁଶୁଡ଼ି ପଡ଼ିବ। ବ୍ୟାଙ୍କଗୁଡ଼ିକ ଦୁର୍ବଳ ହୋଇପଡ଼ିବେ।


କାହିଁକି ଏଭଳି ପରିସ୍ଥିତି ସୃଷ୍ଟି ହେଲା 
ଆମେରିକାରେ ଏଭଳି ସମସ୍ୟା ସୃଷ୍ଟି ହୋଇଛି ଖୋଲା ବଜାରରୁ ଋଣ ଉଠାଣକୁ ନେଇ। ବିଭିନ୍ନ ଖର୍ଚ୍ଚ ଲାଗି ସରକାର ଖୋଲା ବଜାରରୁ ଋଣ ଉଠାଇଥାଆନ୍ତି। ଏହି ଋଣ ଉଠାଣ ପାଇଁ ସୀମା ଧାର୍ୟ୍ୟ ହୋଇଥାଏ। ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ଏହି ଋଣ ସୀମା ବୃଦ୍ଧି କରନ୍ତି। ଏହା ଏକ ନିୟମିତ ଏବଂ ଆଇନଗତ ପ୍ରକ୍ରିୟା। ୨୦୨୧ରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଋଣ ସୀମାକୁ ବଢ଼ାଇବା ଲାଗି ଛକାପଞ୍ଝା ଲାଗି ରହିବାରୁ ଆମେରିକା ଋଣ ଖିଲାଫର ଦ୍ବାରଦେଶରେ ପହଞ୍ଚିଯାଇଥିଲା। ସେହି ବର୍ଷ ଆମେରିକାର ରେଟିଂକୁ ହ୍ରାସ କରାଯାଇଥିଲା। ଏଥର ଏହି ପ୍ରସଙ୍ଗରେ ଆହୁରି ଜଟିଳ ହେବ ବୋଲି ଅନୁମାନ କରାଯାଉଛି। ବିନା କୌଣସି ଆଲୋଚନାରେ ଋଣ ସୀମା ବଢ଼ୁ ବୋଲି ବାଇଡେନ୍ ଚାହୁଛନ୍ତି। ଯଦି ଆମେରିକା ନିଜ ଉପରେ ଥିବା ଆର୍ଥିକ ଦାୟିତ୍ୱକୁ ନିର୍ବାହ କରିବାରେ ବିଫଳ ହେ‌ବ, ତେବେ ୭୦ ଲକ୍ଷ ଚାକିରି ଚାଲିଯିବ। ଆମେରିକାର ଅଭିବୃଦ୍ଧି ହ୍ରାସ ପାଇବ ଯାହା ବିଶ୍ୱ ଅର୍ଥନୀତିକୁ ତଳକୁ ଆଣିବ । ୨୦୨୩ ମାର୍ଚ୍ଚ ସୁଦ୍ଧା ଆମେରିକାର ବିତ୍ତୀୟ ନିଅଣ୍ଟ ୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଛି । ଆଗକୁ ଖର୍ଚ୍ଚ ତୁଲାଇବା ପାଇଁ ଆମେରିକାକୁ ୭୨,୬୦୦ କୋଟି ଡଲାର ଋଣ ଦରକାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା 🔴 ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାହୁରେଖାଲାଗି ନୀତି, ୪ ଘଣ୍ଟା ଦର୍ଶନ ବନ୍ଦ 🔴 ଆଜି ବସିବ ରାଜ୍ୟ କ୍ୟାବିନେଟ 🔴 ଶ୍ରୀମନ୍ଦିର ଉଡ଼େଇଦେବାକୁ ଧମକ! 🔴 ୟୁଥ୍‌ ଫର୍ ସୋସିଆଲ୍‌ ଡେଭଲପମେଣ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ 🔴 ସବୁ ଅଫିସ୍‌ରେ ଲାଗିବ AI କ୍ୟାମେରା 🔴 ଆମେରିକା ପାଇଁ ‘ଭସ୍ମାସୁର’ ଟ୍ରମ୍ପ! 🔴 ଆମେରିକା ବଳରେ ବଳିଆନ୍ ପାକିସ୍ତାନ, ଭାରତକୁ ଯୁଦ୍ଧ ଧମକ 🔴 ଝିଆରୀର ସର୍ବନାଶ କଲା ପାପି ପିଉସା 🔴 ବରଗଡ଼ ଛାତ୍ରୀ ମୃତ୍ୟୁ ଘଟଣା, ୨ ଜଣଙ୍କୁ ପଚରାଉଚରା କରୁଛି ପୋଲିସ 🔴 ପ୍ରବଳ ବର୍ଷା ସମ୍ଭାବନା