କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଭତ୍ତା ପାଇଁ ଚାଲିଛି ସଂଘର୍ଷ । କଳାହାଣ୍ଡି ଜିଲ୍ଲାରୁ ଆସିଛି ଅଭାବନୀୟ ଦୃଶ୍ୟ । ଯେଉଁଠି ୫୦୦ଟଙ୍କା ଭତ୍ତା ପାଇଁ ୫ କିଲୋମିଟର ଚାଲିକି ଯାଉଛନ୍ତି ୮୦ ବର୍ଷୀୟ ବୃଦ୍ଧା । ଅଣ୍ଟା ସିଧା ହେଉନି ହାତରେ ବାଡ଼ି ଖଣ୍ଡେ ଧରି ନଇଁ ନଇଁ ଚାଲିଛନ୍ତି । ଦେହରେ ବି ଆଉ ବଳ ନାହିଁ ଟିକେ ଚାଲି ଟିକେ ଅଟକି ପୁଣି ଟିକେ ଚାଲୁଛନ୍ତି ।
ଦୀର୍ଘ ୫ କିଲୋମିଟର ଅତିକ୍ରମ କଲା ପରେ ଯାଇ ପହଁଚିବେ ଲକ୍ଷ ସ୍ଥଳରେ । କୋକସରା ବ୍ଲକ ଦର୍ଲିପଡା ଗାଁର ପିତବତୀ ପାଳି । ନିଜ ଗାଁରେ ବ୍ୟାଙ୍କ ନ ଥିବାରୁ ୫ କିଲୋମିଟର ଦୂରରେ ଥିବା ଟେମେରା ମିନି ବ୍ୟାଙ୍କକୁ ଭତ୍ତା ଟଙ୍କା ଉଠେଇବା ପାଇଁ ଚାଲି ଚାଲି ଯାଉଛନ୍ତି । ସରକାର ଘରକୁ ଯାଇ ଭତ୍ତା ପ୍ରଦାନ କରିବା ପାଇଁ ବ୍ୟାଙ୍କକୁ ନିର୍ଦେଶ ଦେଇଥିଲେ ବି ବାରମ୍ବାର ଏହି ଭଳି ଦୃଶ୍ୟ ସାମ୍ନାକୁ ଆସୁଛି ।