Masthead

ଫେସବୁକ ଚୋରୀ !

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ) : ସାଇବର କ୍ରାଇମ ବା ଇଣ୍ଟରନେଟ କ୍ରାଇମ । ଓଡ଼ିଶାରେ ଦିନ କୁ ଦିନ ବଢିଚାଲିଛି ସାଇବର ଠକେଇ । ଫୋନକଲ, ଏସଏମଏସ ଓ ଇମେଲ ଦ୍ୱାରା ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା ସହିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ମାତ୍ର ଗୋଟିଏ ଫୋନ କଲରେ ଖାଲି କରିଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ । ସେ ଧନୀ ହେଉ କି ଗରିବ ସାଇବର ଠକଙ୍କ ଆଗରେ ସମସ୍ତେ ସମାନ । ସାଇବର କ୍ରାଇମରେ ଦେଶରେ ଓଡ଼ିଶା ରହିଛି ପ୍ରଥମ ସ୍ଥାନରେ । ଏହା ଏନ୍.ସି.ଆର.ବି ତାର ରିପୋର୍ଟରେ ପ୍ରକାଶ ପାଇଛି ।
ବର୍ତ୍ତମାନ ଫେସବୁକକୁ ନୂଆ ରାସ୍ତା ଭାବେ ବାଛି ନେଇଛନ୍ତି ସାଇବର ଠକ । ଫେସବୁକରେ ଲୋକଙ୍କଠୁ ଲୁଟୁଛନ୍ତି ଟଙ୍କା । ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନ ଖୋଦ ପୋଲିସ ମଧ୍ୟ ଠକାମିର ଶିକାର ହେଉଛନ୍ତି । ଗତ ଦୁଇଦିନ ତଳେ ସ୍ପେସିଆଲ ଇଣ୍ଟେଲିଜ୍ନେସି ୱିଙ୍ଗସର ଡି.ଆଇ.ଜି ଅନୁପ ସାହୁଙ୍କ ଫେସବୁକ୍ ଆକାଉଣ୍ଟର ଫେକ୍ ପ୍ରେଫାଇଲ କରିଥିବାବେଳେ ଆଜି ଖୋଦ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଫେସବୁକ୍ ଆକାଉଣ୍ଟର ଫେକ୍ ପ୍ରେଫାଇଲ କରି ଲୋକଙ୍କୁ ଠକୁ ଥିବାର ସୂଚନା ମିଳିଛି ।
ବର୍ତ୍ତମାନ ସାଇବର ଠକଙ୍କ ଟାର୍ଗେଟରେ ରହିଛନ୍ତି ବଡ଼ ବଢିଆ ଲୋକ । ବଡ଼ ବଡ଼ ପଦ ପଦବୀରେ ଥିବା ଲୋକଙ୍କ ନାମ ଓ ଫୋଟକୁ ବ୍ୟବହାର କରି ଲୁଟୁଛନ୍ତି । ପ୍ରଥମେ ସେମାନେ ନାମ ଓ ଫୋଟକୁ ନେଇ ଏକ ଫେକ୍ ଆକାଉଣ୍ଟ କରୁଛନ୍ତି । ପରେ ସେ ସେହି ଫେକ ଆଇଡିରୁ ଲୋକ ମାନଙ୍କୁ ଫ୍ରେଣ୍ଡ ରିକ୍ୟୁଷ୍ଟେ ପଠାଉଛନ୍ତି । ଏହା ପରେ ମେସେଞ୍ଜର ମାଧ୍ୟମରେ ଲୋକମାନଙ୍କୁ ଟଙ୍କା ମାଗୁଛନ୍ତି । ସାଧାରଣ ଲୋକଙ୍କୁ ଫେନକଲ କରି ବ୍ୟାଙ୍କର ଅଧିକାରୀ କହି ସେମାନଙ୍କ ଆକାଉଣ୍ଟଓ ଡିଟେଲ୍ସ ମାଗୁଛନ୍ତି । ସେହି ଆକାଉଣ୍ଟ ଡିଟେଲ୍ସକୁ ବ୍ୟବହାର କରି ଟଙ୍କା ଲୁଟୁଛନ୍ତି ସାଇବର ଅପରାଧୀ ମାନେ ।
ଅପରପକ୍ଷରେ ବ୍ୟସ୍ତବହୁଳ ଜୀବନରେ ଏବେ ଅନଲାଇନ ପେମେଣ୍ଟ ସମସ୍ତେ ବ୍ୟବହାର କରୁଛନ୍ତି । ବିଭିନ୍ନ ସମୟରେ ଅନଲାଇନ ସାଧାରଣ ଲୋକ ବିଭିନ୍ନ ସାଇଟ ମାଧ୍ୟମରେ ଅନଲାଇନ ପେମେଣ୍ଟ କରୁଛନ୍ତି । ଏହି ସମୟରେ ସେହି ସାଇଟରେ ଦିଆଯାଇଥିବା ଡେବିଟ ବା କ୍ରେଡିଟ କାର୍ଡ ଡିଟେଲ୍ସକୁ ହ୍ୟାକ କରି ଲୋକମାନଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ କରୁଛନ୍ତି ଲୁଟେରା । ଅନଲାଇନ ପେମେଣ୍ଟ କେତେ ସୁରକ୍ଷିତ ସେ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ସଠିକ ତଥ୍ୟ ମଧ୍ୟ ମିଳିପାରି ନାହିଁ । ପ୍ରତିଦିନ ବିଭିନ୍ନ ଉପାୟରେ ହଜାର ହଜାର ଲୋକଙ୍କଠୁ ଲୁଟୁଛନ୍ତି ସାଇବର ଠକ । ବର୍ତ୍ତମାନ ସମୟରେ ସାଇବର କ୍ରାଇମକୁ କିପରି ରୋକିବା ତାହା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ