Masthead

ବିବାହ ବନ୍ଧନରେ ବାନ୍ଧି ହେବେ ସମର୍ଥ-ସ୍ୱଧା

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ଦ୍ୱିତୀୟ ଇନିଂସ ଆରମ୍ଭ କରିବେ ଆଉ ଦୁଇ ଜିଲ୍ଲାପାଳ । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ବିବାହକୁ ନେଇ ଚର୍ଚ୍ଚା ଥମି ନାହିଁ । ଏବେ ପୁରୀ ଓ ରାୟଗଡ଼ା ଜିଲ୍ଲାପାଳଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । ପୁରୀ ଜିଲ୍ଲାପାଳ ଓ ରାୟଗଡ଼ା ଜିଲ୍ଲାପାଳ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି ଦ୍ୱିତୀୟ ଇନିଂସ । ଏହି ଜ୍ୟେଷ୍ଠରେ ସ୍ୱଧା ଦେବ ସିଂହଙ୍କ ମଥାରେ ସିନ୍ଦୂର ଦେବେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ବାରଣାସୀରେ ଏହି ଦୁଇ ଜିଲ୍ଲାପାଳ ବିବାହ ବନ୍ଧନରେ ଆବଦ୍ଧ ହେବେ ।

ଏହା ହେବ ଉଭୟଙ୍କ ଦ୍ୱିତୀୟ ବିବାହ । ସମର୍ଥ ବର୍ମା ପୂର୍ବରୁ ଆଇଆରଏସ ସୂଚୀ ସିଂହଙ୍କୁ ବିବାହ କରିଥିଲେ । ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ମଧ୍ୟ ପୂର୍ବରୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ହାତ ଧରିଥିଲେ । ଅର୍ଥାତ ସ୍ୱଧା ଥିଲେ ଚଞ୍ଚଳ ରାଣାଙ୍କ ପ୍ରଥମ ପତ୍ନୀ । କୌଣସି କାରଣରୁ ଚଞ୍ଚଳ ଓ ସ୍ୱଧାଙ୍କ ବିବାହ ବିଚ୍ଛେଦ ହୋଇଥିଲା । ସେହିପରି ସମର୍ଥ ବର୍ମା ସମ୍ବଲପୁର ଜିଲ୍ଲାପାଳ ଥିଲାବେଳେ ପତ୍ନୀ ସୂଚୀଙ୍କ ସହ ବିବାହ ବିଚ୍ଛେଦ ହୋଇଥିଲା ।

ପରେ ସୂଚୀ ଝାଡ଼ଖଣ୍ଡର ଜଣେ ଆଇଏଏସଙ୍କୁ ବିବାହ କରିଥିଲେ । ଚଞ୍ଚଳ ଏବେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କୁ ବିବାହ କରୁଛନ୍ତି । ସମର୍ଥ ବର୍ମା ପୁରୀ ଜିଲ୍ଲାପାଳ ହେବା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ , ବିଏମସି କମିଶନର , ସମ୍ବଲପୁର ଜିଲ୍ଲାପାଳ, ରାୟଗଡ଼ାର ପିଡ଼ିଡ଼ିଆରଡ଼ିଏ ଭାବେ କାର୍ଯ୍ୟ କରିଛନ୍ତି । ସେହିପରି ସ୍ୱଧା ଦେବ ସିଂହ ରାୟଗଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ନୂଆପଡ଼ା ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼