ନବରଙ୍ଗପୁର ସୀମାରୁ ଗିରଫ ହେଲା ଆହତ ମାଓବାଦୀ

ରାଇଘର(ବଡ଼ ଖବର ବ୍ୟୁରୋ): ଆହତ ମହିଳା ମାଓବାଦୀ ମେଙ୍ଗା ନୁରେଟି ଓରଫ ସିନ୍ଧୁକୁ ଧରିବା ପରେ ଛତିଶଗଡ଼ ପୋଲିସ ଜିମାରେ ଦେଲା ନବରଙ୍ଗପୁର ପୋଲିସ । ଏନେଇ ନବରଙ୍ଗପୁର ପୋଲିସ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି। ଛତିଶଗଡ଼ ଧମତେରୀ ଜିଲ୍ଲା ଖଲାରୀ ଥାନା ଏକୱାରୀ ଗ୍ରାମରେ ଜଣେ ମହିଳା ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ତେଣୁ ନବରଙ୍ଗପୁର ଜିଲ୍ଲା ପୋଲିସ ପକ୍ଷରୁ ମାଓ ଦମନ ଅଭିଯାନ ଆରମ୍ଭ ହୋଇଥିଲା  ।  ଡିଆଇଓସି ଅଧିକାରୀ, ଡିଭିଏଫ୍, ଏସଓଜି, ସିଆରପିଏଫ୍ ଏବଂ ନବରଙ୍ଗପୁର ଜିଲ୍ଲା ପୋଲିସ ପକ୍ଷରୁ ମିଳିତ ଭାବେ ଅପରେସନ ହୋଇଥିଲା  । କୁନ୍ଦେଇରେ ଅବସ୍ଥାପତି ସିଆରପିଏଫ୍ ଯବାନ ମଧ୍ୟ ଜରୁରୀ ସମୟରେ ଅପରେସନରେ ସାମିଲ ହେବା ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲେ।

ସର୍ଚ୍ଚ ଅପରେସନ୍ ସମୟରେ ଏକୱାରୀ ଗ୍ରାମର ଗୋଟିଏ ଘରେ ଆହତ ସିନ୍ଧୁକୁ ଠାବ କରାଯାଇଥିଲା  ।  ପୋଲିସ କାବୁ କରିବା ପରେ ପଚରାଉଚରା କରିଥିଲା । ଗତ ୧୨ତାରିଖରେ ଛତିଶଗଡ଼ର କିରିପାନି ଏବଂ ଏକୱାରୀ ଗାଁ ନିକଟରେ ପୋଲିସ ସହ ମାଓବାଦୀଙ୍କ ଗୁଳି ବିନିମୟ ହୋଇଥିଲା। ଏଥିରେ ସିନ୍ଧୁ ସାମିଲ ଥିବା ବେଳେ ଆହତ ହୋଇଥିଲା। ଏହାପରେ ଗୋଟିଏ ଘରେ ଆତ୍ମଗୋପନ କରି ରହିଥିଲା। ସୀତାନଦୀ ଏରିଆ କମିଟିରେ ୨୦୨୧ ମସିହାରେ ସିନ୍ଧୁ ସାମିଲ ହୋଇଥିଲା। ଦୀପକ ମାନ୍ଦଭି ଓରଫ ଅରୁଣ ଅଧୀନରେ ସିନ୍ଧୁ କାମ କରୁଥିଲା। ଅଧିକ ତଦନ୍ତ ପାଇଁ ସିନ୍ଧୁକୁ ଛତିଶଗଡ଼ର ଧମତେରୀ ଜିଲ୍ଲା ପୋଲିସ କୁ ହସ୍ତାନ୍ତର କରିଛି ନବରଙ୍ଗପୁର ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!