Masthead

ସଫେଇ ଦେଲା ଟାଟାପାୱାର, ଆମର କିଛି ଦୋଷ ନାହିଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ କଟିଲା ବିଦ୍ୟୁତ । ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାଷଣ ଦେବାର ୧୦ ମିନିଟ୍ ପରେ ବିଦ୍ୟୁତ ଚାଲି ଯାଇଥିଲା । ଦୀର୍ଘ ୯ମିନିଟ୍ ଧରି ବିଦୁ୍ୟତ୍ ଚାଲିଯାଇଥିଲା । ଅନ୍ଧାରରେ ରାଷ୍ଟ୍ରପତିଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗରମରେ ସଢିଥିଲେ । ଏହି ଘଟଣା ପରେ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଥିଲା ତନାଘନା ।

ଆରଡିସି ଡାକିଥିଲେ ଜରୁରୀ ବୈଠକ । ବାରିପଦା ସର୍କିଟ ହାଉସରେ ଅନୁଷ୍ଠିତ ବୈଠକରେ ମୟୂରଭଞ୍ଜ ଜିଲ୍ଲାପାଳ, ବାରିପଦା ଏଡିଏମ, ଟାଟାପାୱାର ଅଧିକାରୀଙ୍କ ସହ ବରିଷ୍ଠ ଅଫିସର ସାମିଲ ହୋଇଥିଲେ । ସେପଟେ କ୍ଷମା ମାଗିଥିଲେ ଏମଏସସିବିୟୁ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ । କହିଲେ ଏଭଳି ତ୍ରୁଟି ପାଇଁ ମୁଁ ନିଜେ ନିଜକୁ ଦାୟୀ କରୁଛି । ବିଲଡିଂ ଇଡକୋ ତିଆରି କରିଥିଲା । ଜେନେରେଟର ବି ସଜାଡ଼ିଥିଲା ।

ଡେଡିକେଟେଡ ଜେନେରେଟର ବି ଥିଲା ହେଲେ କାମ ଦେଲାନି । ଆମକୁ ଏଥିପାଇଁ ଲଜ୍ଜିତ ହେବାକୁ ପଡ଼ିଲା ବୋଲି କୁଳପତି କହିଛନ୍ତି । ତେଣେ ବିଶ୍ୱବିଦ୍ୟାଳୟର ଜଣେ ବିଦ୍ୟୁତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ବିଦ୍ୟୁତ୍ କାଟର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ ହୋଇଛି । ରିପୋର୍ଟ ଦାଖଲ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ତେଣେ ସଫେଇ ଦେଇଛି ଟାଟା ପାୱାର । କହିଛି ଆମର କିଛି ଦୋଷ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ