Before Header

ମଣିପୁର ହିଂସା,ଗଲାଣି ୫୪ରୁ ଅଧିକ ଜୀବନ

0 24

ମଣିପୁର (ବଡ଼ ଖବର ବ୍ୟୁରୋ):  ହିଂସାରେ ଜଳୁଛି ମଣିପୁର । ସ୍ଥିତି ଅଣଆୟତ୍ତ ହେବାରେ ଲାଗିଛି । ମଣିପୁରର ଚୁଡାଚାନ୍ଦପୁର ଅଞ୍ଚଳରେ କିଛି ସମୟ ତଳେ ଗୁଳି ବାଜିବାରୁ ୪ଜଣ ଲୋକଙ୍କ ଜୀବନ ଯାଇଛି । ଏହାକୁ ମିଶାଇ ୫୪ ଜଣଙ୍କ ଜୀବନ ଯାଇଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ବୋଲି ଆକଳନ କରାଯାଇଛି । ଗଣମାଧ୍ୟମର ସୂଚନା ମୁତାବକ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଲାଗି ରହିଥିବା ଏହି ହିଂସାରେ ୫୪ ଲୋକଙ୍କ ଜୀବନ ଯାଇଥିବା ବେଳେ ଶହ ଶହ ଲୋକ ଆହତ ହୋଇଛନ୍ତି ।

ସେପଟେ ସେପଟେ ଇମ୍ଫାଲ ଘାଟିର ପ୍ରତିଟି ଛକରେ ସେନା ପକ୍ଷରୁ ବ୍ୟାରିକେଟ ଲଗାଯାଇ ଲୋକମାନଙ୍କୁ ସର୍ଚ୍ଚ କରାଯାଉଛି । ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ଚାଲିଛି ସଙ୍ଘର୍ଷ ଯୋଗୁଁ ଜିଲ୍ଲାରେ କର୍ଫ୍ୟୁ ଲଗାଯିବ ସହିତ ମଣିପୁରରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ଦଙ୍ଗାକରୀଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦେଶ ଦିଆଯାଇଛି ।

Leave A Reply

Your email address will not be published.