Masthead

ଗିରଫବେଳେ ପୋଲିସକୁ ଆକ୍ରମଣ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ):  ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିବାବେଳେ ପୋଲିସ ଟିମ୍ ଉପରେ ଆକ୍ରମଣ। ଦୁଇ ମହିଳା ପୋଲିସ ଆହାତ,ଜଣଙ୍କ ଅବସ୍ଥା ଗୁରୁତର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଶିରୋଳ ଗ୍ରାମରେ । ଗତକାଲି ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିରୋଳ ଗ୍ରାମରେ ଏପ୍ରିଲ ୭ରେ ଜମିଜମା ଗଣ୍ଡଗୋଳକୁ ତିର୍ତ୍ତୋଲ ଥାନରେ ଗ୍ରାମର୧୫ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିଲା। ଘଟଣାରେ କେତେକ ଜାମିନରେ ଆସିଥିବା ବେଳେ ଗତକାଲି ରାତି ୨ଟାରେ ତିର୍ତ୍ତୋଲ ପୋଲିସର ଏକ ଟିମ ଶିରୋଳ ଗ୍ରାମରେ ଚଢ଼ାଉ କରିଥିଲେ।

ବିଳମ୍ବିତ ରାତିରେ ପୋଲିସ ଆସାମୀକୁ ଧରିବା ପାଇଁ କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଆସାମୀ ଦୀପକକୁ ଘରୁ ଆଣିବା ସମୟରେ ଦୀପକ ର ଭାଇ ଦେବାଶିଷ ଏକ ଠେଙ୍ଗା ସାହାଯ୍ୟରେ ଏ ଏସଆଇ ସୁଷମା ମୁଦୁଲିଙ୍କ ପଛମୁଣ୍ଡକୁ ବାଡ଼େଇଥିଲେ । ଉପସ୍ଥିତ ପୋଲିସ କର୍ମଚାରୀ ଦେବାଶିଷ ବାରିକଙ୍କୁ ଯିଏକି ଜଣେ ଶାରିରୀକ ମାନସିକ ଅକ୍ଷମ ବ୍ୟକ୍ତିଙ୍କୁ ମାଡ ମାରିବା ବେଳେ ଅଭିଯୁକ୍ତ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି । ଧସ୍ତାଧସ୍ତି ବେଳେ ପୋଲିସ ଏସ.ଆଇ ନିଲମ ସୋରେଙ୍ଗ ଆହତ ହୋଇଥିବା ବେଳେ ଏ.ଏସ.ଆଇ ସୁଷମା ମୁଦୁଲିଙ୍କ ମୁଣ୍ଡ ଫାଟିଛି । ପୋଲିସ ପାଞ୍ଚଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି