ମଣିପୁର ହିଂସାରେ ମାଦକ ଦ୍ରବ୍ୟ ଲିଙ୍କ!

ମଣିପୁର (ବଡ଼ ଖବର ବ୍ୟୁରୋ):   ହିଂସାରେ ଜଳୁଛି ମଣିପୁର । ଜାରି ରହିଛି ସଂଘର୍ଷ । ସ୍ଥିତି ଅଣଆୟତ୍ତ ହେବାରେ ଲାଗିଛି । ମଣିପୁରର ଚୁଡାଚାନ୍ଦପୁର ଅଞ୍ଚଳରେ ଗୁଳି ବାଜି ୪ଜଣ ଲୋକଙ୍କ ଜୀବନ ଯାଇଛି । ସେପଟେ ହିଂସାକୁ ନେଇ ଆସିଛି ଆଉ ଏକ ଖବର । ହିଂସା ପଛରେ ମାଦକ ଦ୍ରବ୍ୟ ବ୍ୟବସାୟର ପ୍ରମୁଖ ଭୂମିକା ରହିଛି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ବେଆଇନ ଅଫିମ ଚାଷ ବଢୁଥିବା ବେଳେ କେବଳ ୨୦୨୨-୨୩ରେ ୪ ହଜାରରୁ ଅଧିକ ଏକର ଅଫିମ ଚାଷ ନଷ୍ଟ କରାଯାଇଛି ।

ତେବେ ଏହି ବେଆଇନ ଅଫିମ ଚାଷ ହିଁ କୁକୀ ଓ ମେଇତିଙ୍କ ମଧ୍ୟରେ ସଂଘର୍ଷର ମୂଳ କାରଣ ବୋଲି କୁହାଯାଇଛି । ଯଦିଓ କୁକୀମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି କୁହାଯାଉଛି ତଥାପି ଅଫିମ ଚାଷ ହିଁ ଏହି ବିବାଦର ମୂଳ କାରଣ ରହିଛି । ଚଳିତ ହିଂସାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି କୁକୀ ବହୁଳ ଚୁରାଚାନ୍ଦପୁର । ସେହି ଅଞ୍ଚଳରେ ମେଇତିଙ୍କୁ ଟାର୍ଗେଟ କରାଯାଉଛି । ଅଫିମ ଚାଷ ଲାଗି ବହୁ ଜଙ୍ଗଲ ନଷ୍ଟ କରାଯାଉଛି । ସେଠାରେ ମେଇତିମାନଙ୍କ ବାସସ୍ଥଳୀକୁ ଜାଳି ଦିଆଯାଉଛି । କୁକୀମାନେ ଏହି ହିଂସାକାଣ୍ଡ ଘଟାଇବା ସହ ଅଫିମ ଚାଷକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ