ବିଜେଡି ସମର୍ଥକଙ୍କୁ ଆକ୍ରମଣ କରୁଛନ୍ତି ବିଜେପି କର୍ମୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହାରିବା ଭୟରେ ହିଂସାକୁ ଆପଣାଉଛି ବିଜେପି । ବିଜେଡି ସମର୍ଥକଙ୍କୁ ଆକ୍ରମଣ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା । ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ବିରୋଧରେ ଆଦର୍ଶ ନିର୍ବାଚନ ଆଚରଣଵିଧି ଉଲ୍ଲଙ୍ଘନ କରୁଥିବା ନେଇ ସିଇଓଙ୍କୁ ଫେରାଦ ହୋଇଛି ବିଜେଡି । ତୁମ୍ବନାଥ କହିଛନ୍ତି ପ୍ରଚାର ସମୟ ପରେ ମଧ୍ୟ ରାତି ଗୋଟାଏ ସମୟରେ ଝାରସୁଗୁଡ଼ା ଲଳିତ ହେରିଟେଜ ସାମ୍ନା ସାମସଙ୍ଗ ଛକରେ ସମର୍ଥକଙ୍କୁ ଧରି ସେ ପ୍ରଚାର କରୁଥିବା ଭିଡିଓ ହସ୍ତଗତ ହୋଇଛି। ଉପନିର୍ବାଚନକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ଆଣିଛି ବିଜେଡି।

ବିଜେପି ପ୍ରାର୍ଥୀ ଟଙ୍କଧର ଓ ତାଙ୍କ ସମର୍ଥକ ପ୍ରଚାର ସାରି ବିଜେଡି ସମର୍ଥକ ଶୁଭମ ଶଙ୍କରଙ୍କ ଗାଡି ଅଟକାଇ ଗାଡିକୁ ଢେଲା ମାଡ଼ କରିବା ସହ ଧମକ ଦେଲେ,ଅସଭ୍ୟ ଭାଷାରେ ଗାଳି ଗୁଲଜ କଲେ,ଏନେଇ ସେ ସ୍ଥାନୀୟ ଥାନାରେ ଟଙ୍କଧର ଓ ତାଙ୍କ ସମର୍ଥକଙ୍କ ନାମରେ ଅଭିଯୋଗ କରିଛନ୍ତି,ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କପି ଦାଖଲ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେଡି ପ୍ରତିନିଧି ଦଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’