ନୂଆଦିଲ୍ଳୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ତିହାର ଜେଲ । ଅପରାଧୀ ଏବଂ ଅପରାଧର ହବ । ଭାରତର ସବୁଠୁ ବଡ ଜେଲ ତିହାର ଏବେ ଚର୍ଚ୍ଚାରେ । ଜେଲରେ ହୋଇଥିବା ହତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଶ୍ୱର ବୃହତ୍ତମ ଜେଲ ମାନଙ୍କ ମଧ୍ୟରେ ଗଣାଯାଉଥିବା ତିହାର ଜେଲକୁ ଅନେକ ଭାଗରେ ବିଭକ୍ତ କରାଯାଇଛି । ଏଥିରେ ୯ଟି ସେଣ୍ଟ୍ରାଲ ଜେଲ ସାମିଲ ଅଛି । ଏହି ଜେଲ ତିହାର ଆଶ୍ରମ ନାମରେ ମଧ୍ୟ ଜଣାଶୁଣା । ଏହା ଦିଲ୍ଲୀର ଚାଣକ୍ୟାପୁରୀ ଠାରୁ ୭ କିଲୋମିଟର ଦୂରରେ ଥିବା ତିହାର ଗାଁରେ ରହିଛି । ତିହାର ଦକ୍ଷିଣ ଏସିଆର ସବୁଠାରୁ ବଡ଼ ଜେଲ । ଯାହା ୧୯୫୭ରେ ନିର୍ମିତ ହୋଇଥିଲା । ଦିଲ୍ଲୀ, ୟୁପି, ହରିୟାଣା, ପଞ୍ଜାବ, ରାଜସ୍ଥାନ ସମେତ ଅନେକ ରାଜ୍ୟ ଦୁର୍ଦ୍ଦାନ୍ତ ଅପରାଧୀ ଏଠାରେ ରହିଛନ୍ତି । କୁହାଯାଏ ଏହି ଜେଲରେ ୨୦ଟି ଅପରାଧୀକ ଗ୍ୟାଙ୍ଗ ଓ ୩୦ ଟି ଛୋଟ ଗ୍ୟାଙ୍ଗ କାମ କରନ୍ତି । ଏଠାରେ କାମ କରୁଥିବା ଗ୍ୟାଙ୍ଗମାନେ ଜେଲ ଭିତରେ ଥିବା କଏଦୀମାନଙ୍କ ମୁଖ୍ୟଙ୍କ ନାମରେ ଚାଲିଥାନ୍ତି । ଜେଲରେ ଥିବା ଗ୍ୟାଙ୍ଗଷ୍ଟରମାନଙ୍କର ଅର୍ଥର ଅଭାବ ନାହିଁ । ଅପରାଧ ମାଧ୍ୟମରେ ଅର୍ଜିତ ଟଙ୍କା ଜେଲର ସୁବିଧା କିଣିବା ପାଇଁ ବ୍ୟବହୃତ ହୁଏ ।

ତିହାର ଜେଲ କଥା କହିଲେ ଚାର୍ଲ୍ସ ସୋବରାଜଙ୍କ କଥା ନିଶ୍ଚିତ ଆସେ । ଚାର୍ଲ୍ସ ସୋଭରାଜ, ବିକିନି କିଲର ଭାବରେ ଜଣାଶୁଣା । ଜେଲରେ ପଞ୍ଚ ତାରକା ହୋଟେଲ ଭଳି ସୁବିଧା ସୁଯୋଗ ପାଉଥିଲା ଚାର୍ଲ୍ସ । ଦୁର୍ଦ୍ଦାନ୍ତ ଅପରାଧୀ ଥିଲା ଚାର୍ଲ୍ସ ସୋଭରାଜ । ଚାର୍ଲ୍ସ ୧୯୮୬ ମାର୍ଚ୍ଚ ୧୬ରେ ଜେଲ ଭିତରେ ନିଜର ଜନ୍ମ ଦିନ ପାଳନ କରିଥିଲା । ଏବଂ କେକରେ ଡ୍ରଗ୍ସ ମିଶାଇ ଜେଲ କର୍ମଚାରୀ ମାନଙ୍କୁ ଖାଇବାକୁ ଦେଇଥିଲା । ପରେ ତିହାର ଜେଲରୁ ଖସି ପଳାଇଥିଲା । ତିହାର ଜେଲରେ ଏଭଳି ଅବହେଳା ଥିବା ପ୍ରଥମ ଘଟଣା । ନି ଲଣ୍ଡରିଂ ମାମଲାରେ ଦଣ୍ଡ ଭୋଗୁଥିବା କୁଖ୍ୟାତ ଅପରାଧୀ ସୁକେଶ ଚନ୍ଦ୍ରଶେଖର ପାଇଁ ମଧ୍ୟ ତିହାର ଜେଲ ବଦନାମ ଶିକାର ହୋଇଛି ।

ସୁକେଶ ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ଭାବରେ ୨୦୦ କୋଟି ଟଙ୍କାର ଠକେଇ କରିଥିଲା । ଜେଲରୁ ନିର୍ଯାତନାରୁ ବଞ୍ଚିବା ପାଇଁ ଏବଂ ନିଜର ପତିଆରା ଜାହିର କରିବା ପାଇଁ ଜେଲ ଅଧିକାରୀଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଉଥିଲା ସୁକେଶ । ଏହି ମାମଲାରେ ଜେଲର ଅନେକ ଅଧରକାରୀ ମଧ୍ୟ ନିଲମ୍ବିତ ହୋଇଛନ୍ତି । ୨୦୧୫ରେ ମଧ୍ୟ ଏଠାରେ ଆଉ ଘଟଣା ଘଟିଥିଲା । ଯାହା ବେଶ ଚର୍ଚ୍ଚାରେ ରହଥିଲା । ଜେଲରୁ ଖସିବା ପାଇଁ କାନ୍ଥ ତଳେ ୧୦ ଫୁଟର ଟନେଲ କରିଥିଲେ ଅପରାଧୀ ।

Leave a Reply

Your email address will not be published. Required fields are marked *