Masthead

ପିଅନ ସାଜିଛନ୍ତି ସର୍ବେସର୍ବା

ଭଦ୍ରକ, (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅଧିନସ୍ତ ଦୋବଲ ସେବା ସମବାୟ ସମିତିରେ ଧାନ କିଣା, ଋଣ ଦେବା ନେବା ଏବଂ ଋଣ ଛାଡ଼ ଆଦିରେ ବ୍ୟାପକ ଦୁର୍ନୀତି ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମବାୟ ମନ୍ତ୍ରୀ, ସଚିବ, ଜିଲ୍ଲାପାଳ ଆଦିଙ୍କ ଠାରେ ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ, ଦୋବଲ ସେବା ସମବାୟ ସମିତିରେ ୧୮ ଶହ ଚାଷୀ ସଦସ୍ୟ ରହିଛନ୍ତି କିନ୍ତୁ ସମ୍ପାଦକ ଚାଷୀଙ୍କ ଅଗୋଚରରେ ସେମାନଙ୍କ ନାମରେ ଅଧିକ ଋଣ ଉଠାଇ ଟଙ୍କା ହଡପ କରିଛନ୍ତି । ଏପରିକି ସେମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ଓ ଉଠାଣ ଅଜାଣତରେ ମଧ୍ୟ କରାଯାଉଛି ।

ସେହିପରି ସରକାର ଋଣ ଛାଡ଼ କରିଥିଲେ ମଧ୍ୟ ସେମାନଙ୍କ ଠାରୁ ଅଧିକ ସୁଧ ଆଦାୟ କରାଯାଉଛି । କେବଳ ସେତିକି ନୁହେଁ ଗୋଟିଏ ଗୋଟିଏ ଚାଷୀଙ୍କ ନାମରେ ଏକାଧିକ ପାସ ବୁକ ଖୋଲି ଋଣ ଉଠା ଯାଉଥିବା ସହିତ ଅଧିକାଂଶ ଚାଷୀଙ୍କ ପାସବୁକକୁ ମଧ୍ୟ ରଖି ଦେଉ ନଥିବା ଅଭିଯୋଗ କରିଛନ୍ତି ଚାଷୀ ମାନେ । ସେହିପରି ଧାନ କିଣା ପାଇଁ ଚାଷୀ ପଞ୍ଜିକରଣ ମଧ୍ୟ କରାଯାଉନାହିଁ । ସାର ମଧ୍ୟ ଚାଷୀ ମାନେ ପାଉନାହାନ୍ତି । ସମ୍ପାଦକ ଅଫିସ ଆସୁନଥିବାରୁ ପିଅନ ସାଜିଛନ୍ତି ସର୍ବେସର୍ବା । ଏପରିକି ଚାଷୀମାନଙ୍କୁ ର୍ଦୁବ୍ୟବହାର କରୁଥିବାର ଅଭିଯୋଗ ମଧ୍ୟ ହୋଇଛି । ଏହି ସମବାୟ ସମିତିରେ ଲକ୍ଷ ଲକ୍ଷ ଟଙ୍କାର ଘୋଟଲା ହୋଇଥିବାରୁ, ତଦନ୍ତ କଲେ ସବୁ ତଥ୍ୟ ଲୋକ ଲୋଚନକୁ ଆସିପାରିବ ବୋଲି ଚାଷୀ ମାନେ ହାତ ଯୋଡି ସରକାରଙ୍କୁ ଗୁହାରି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି