Masthead

ରସେଲ-ରିଙ୍କୁ ଶୋ’, ୫ୱିକେଟରେ ହାରିଲା ପଞ୍ଜାବ

କୋଲକାତା(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ର ୫୩ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ୫ ୱିକେଟରେ ହରାଇଛି କୋଲକାତା ନାଇଟ ରାଇଡର୍ସ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୭ ୱିକେଟ ହରାଇ ୧୭୯ ରନ କରିଥିଲା । ଜବାବରେ ନାଇଟ ରାଇଡର୍ସ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଶେଷ ବଲରେ ଚୌକା ମାରି ରିଙ୍କୁ ସିଂହ ଦଳକୁ ବିଜୟୀ କରାଇଥିଲେ । ନିତୀଶ ରାଣାଙ୍କ ଅର୍ଦ୍ଧଶତକ ଓ ରସେଲ ପାୱରଫୁଲ ପ୍ରଦର୍ଶନରେ ପଞ୍ଜାବ ଷଷ୍ଠ ପରାଜୟ ବରଣ କରିଛି । ମ୍ୟାଚରେ ରସେଲ ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିଲା ।୨୩ ବଲରେ ଅପରାଜିତ ୪୨ ରନ ହାସଲ କରିଥିଲେ ରସେଲ ।

ପଞ୍ଜାବ ପକ୍ଷରୁ ରାହୁଲ ଚହର ୨ଟି ୱିକେଟ ନେଇଥିଲେ । କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ଟସ୍ ଜିତିପଞ୍ଜାବ ପ୍ରଥମେ ବ୍ୟାଟିଂ କରି ଅଧିନାୟକ ଶିଖର ଧାୱନଙ୍କ ୫୭ ରନ୍ ବଳରେ ୨୦ ଓଭରରେ ୭ ଉଇକେଟ ୧୭୯ ରନ୍ କରିଥିଲା। ଜବାବରେ କେକେଆର୍ ୨୦ ଓଭରରେ ୫ ୱିକେଟ ହରାଇ ୧୮୨ରନ୍ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ୧୮୦ ରନ୍ର ପିଛା କରୁଥିବା କେକେଆର୍ ପକ୍ଷରୁ ନୀତୀଶ ରାଣା ସର୍ବାଧିକ ୫୧ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜାସନ୍ ରୟ ୩୮ ଓ ଆନ୍ଦ୍ରେ ରସେଲ ୪୨ ରନ୍ କରିଥିଲେ। ୧୦ ବଲରୁ ୨୧ ରନ୍ କରିଥିବା ରିଙ୍କୁ ସିଂ ଶେଷ ବଲରେ ଚୌକା ମାରି ଦଳକୁ ଜିତାଇଥିଲେ। ପଞ୍ଜାବ ପକ୍ଷରୁ ରାହୁଲ ଚହର ୨, ହରପ୍ରୀତ ବ୍ରାର ଓ ନାଥାନ ଏଲିସ୍ ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ