Masthead

ଦେଶ ପାଇଁ ଗୌରବ ଆଣିଲେ ବଡ଼ବିଲର ଶ୍ୱେତାରାଣୀ

ବଡ଼ବିଲ(ବଡ଼ ଖବର ବ୍ୟୁରୋ): ଦେଶ ପାଇଁ ଗୌରବ ଆଣିଛନ୍ତି କେନ୍ଦୁଝର ମାଟିର ଝିଅ ଶ୍ୱେତାରାଣୀ ମହାନ୍ତ । ଋଷିଆର ମସ୍କୋରେ ମେ ୩ ରୁ ୮ ପର୍ଯ୍ୟନ୍ତ ଖେଳାଯାଇଥିବା ଅନ୍ତଃରାଷ୍ଟ୍ରୀୟ ଉସୁ ପ୍ରତିଯୋଗିତାରେ ୪୮କେଜି ବିଭାଗରେ ଭାରତରୁ ପ୍ରତିନିଧିତ୍ୱ କରି ଗୋଲ୍ଡ ମେଡାଲ ହାସଲ କରିଛନ୍ତି, ଶ୍ୱେତାରାଣୀ । ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ଶ୍ୱେତାଙ୍କ ପାଖକୁ ସାରା ଦେଶରୁ ପ୍ରଶଂସାର ସୁଅ ଛୁଟିଛି । କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ଶ୍ୱେତାଙ୍କୁ ପ୍ରଶଂସା କରିବା ସହ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି।

ଶ୍ୱେତାରାଣୀ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିବା ବେଳେ ତାଙ୍କ ବାପା ପଙ୍କଜ କୁମାର ମହାନ୍ତ ଜଣେ ସଫଳ ଉସୁ ପ୍ରଶିକ୍ଷକ । ସେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଶ୍ୱେତାଙ୍କ ମା ସୁସୁମା ମହାନ୍ତ ମଧ୍ୟ କିକ୍ ବକ୍ସିଂରେ ମେଡାଲିଷ୍ଟ । ଶ୍ୱେତାଙ୍କ ବାପାଙ୍କ ଘର କେନ୍ଦୁଝର ଜିଲ୍ଲା ଉଖୁଣ୍ଡା ଭୂଇଁପୁରସ୍ଥିତ ଭାରତିଆସାହିରେ । ସେ ବଡ଼ବିଲ ପୌରପାଳିକାର ସଡିଂ ଗ୍ରାମରେ ବସବାସ କରୁଛନ୍ତି । ବଡ଼ବିଲ ଜିନ୍ଦଲ ସ୍କୁଲର ଦଶମ ଶ୍ରେଣୀରେ ପଢୁଥିବା ଶ୍ୱେତାଙ୍କ ପାଇଁ ସାରା ଦେଶ ଗର୍ବିତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା