Masthead

୧୪୦ରେ ଅଟକିଲା ଦିଲ୍ଲୀ, ୨୭ ରନରେ ଜିତିଲା ଚେନ୍ନାଇ

ଚେନ୍ନାଇ(ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୩ର ୫୫ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚକୁ ୨୭ ରନରେ ଜିତି ନେଇଛି ଚେନ୍ନାଇ ସୁପରକିଙ୍ଗସ । ୧୨ଟି ମ୍ୟାଚରୁ ୭ଟିରେ ବିଜୟ ହୋଇ ୧୫ ପଏଣ୍ଟ ସହ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି ଚେନ୍ନାଇ । ଘରୋଇ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୭ ରନ କରିଥିଲା ଚେନ୍ନାଇ । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୮ ୱିକେଟ ହରାଇ ୧୪୦ ରନ୍ କରି ପରାଜିତ ହୋଇଛି। ୧୬୮ ରନ୍ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ ୨୫ ରନ୍ରେ ୩ ୱିକେଟ ହରାଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସି ଦଳୀୟ ସ୍କୋର ୩୨ ରନ ହୋଇଥିବା ବେଳେ ପ୍ରଥମେ ୧୦ ରନ କରି ନିଜର ୱିକେଟ ହରାଇଥିଲେ ଡେଭନ କନୱେ ।

ଏହାପରେ ୪୯ ରନ କରି ଋତୁରାଜ ଗାଏକୱାଡ ମଧ୍ୟ ପାଭିଲିୟନ ଫେରିଯାଇଥିଲେ । ଆଜିଙ୍କ୍ୟ ରାହାଣେ ୨୧ ରନ କରିଥିବା ବେଳେ ୧୨ ବଲରୁ ଦୃତ ୨୫ ରନର ପାଳି ଖେଳି ଶିବମ ଦୁବେ ମଧ୍ୟ ଆଉଟ ହୋଇଥିଲେ । ଅମ୍ବାତି ରାୟୁଡୁ ୨୩ ଓ ଜାଡେଜା ୨୧ ରନର ପାଳି ଖେଳି ଆଉଟ ହୋଇଥିଲେ । ୯ ବଲରୁ ଧୂଆଁଧାର ବ୍ୟାଟିଂ କରି ବ୍ୟକ୍ତିଗତ ୨୦ ରନ ସହ ଦଳୀୟ ସ୍କୋରକୁ ୧୬୭ରେ ପହଞ୍ଚାଇଥିଲେ ଅଧିନାୟକ ଏମଏସ ଧୋନୀ । ଦିଲ୍ଲୀ ପକ୍ଷରୁ ମିଚେଲ ମାର୍ଶ ୩ ଓଭରରେ କେବଳ ୧୮ ରନ ଖର୍ଚ୍ଚ କରି ସର୍ବାଧିକ ୩ଟି ୱିକେଟ ହାସଲ କରିଥିଲେ । ଅକ୍ଷର ପଟେଲଙ୍କୁ ୪ ଓଭରରେ ୨୭ ରନ ବ୍ୟୟରେ ୨ଟି ୱିକେଟ ମିଳିଥିଲା । ଖଲିଲ ଅହମ୍ମଦ, ଲଳିତ ଯାଦବ ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ