Masthead

ମହାରାଷ୍ଟ୍ର ପ୍ରସଙ୍ଗ: ରାଜ୍ୟପାଳ ଓ ବାଚସ୍ପତିଙ୍କ ଭୂମିକା ଉପରେ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

''ଉଦ୍ଧବ ନିଜେ ଇସ୍ତଫା ଦେଇସାରିଛନ୍ତି, ତେଣୁ ଆଉ ପଛକୁ ଫେରିହେବ ନାହିଁ''

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉଦ୍ଧବ-ସିନ୍ଦେ ଗୋଷ୍ଠୀ ଲଢେଇକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି । 16 ବିଧାୟକଙ୍କ ନିଲମ୍ବନ ଆବେଦନର ଶୁଣାଣି ଆଗକୁ ବଡ଼ ବେଞ୍ଚରେ ହେବ  । ଏହାସହ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ରଖିଛନ୍ତି । ରାଜ୍ୟପାଳଙ୍କ ଭୂମିକା, ଫ୍ଲୋରଟେଷ୍ଟ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଏହାସହ ବାଚସ୍ପତିଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।  ଯାହା ସିନ୍ଦେ ଗୋଷ୍ଠୀଙ୍କ ପାଇଁ ପ୍ରାରମ୍ଭିକ ଝଟକା ବୋଲି କୁହାଯାଉଛି । ତେବେ ସିନ୍ଦେ ସରକାରକୁ ଆଶ୍ୱସ୍ତି କରିବା ଭଳି ଟିପ୍ପଣୀ ମଧ୍ୟ ରଖିଛନ୍ତି ସୁପ୍ରିମକୋର୍ଟ । ପୁରୁଣା କଥାକୁ ଆଉ ଫେରିହେବ ନାହିଁଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଉଦ୍ଧବ ନିଜ ପଦରୁ ଇସ୍ତଫା ଦେଇ ନ ଥିଲା କିଛି ନିଷ୍ପତ୍ତି ହୋଇପାରିଥାନ୍ତା, କିନ୍ତୁ ଉଦ୍ଧବ ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇସାରିଛନ୍ତି । ତେଣୁ ଏ ପ୍ରସଙ୍ଗରେ ଆଉ ପଛକୁ ଫେରିହେବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହାସହ ସିନ୍ଦେଙ୍କ ସମେତ 16 ବିଧାୟକଙ୍କ ଶୁଣାଣି ବଡ଼ ବେଞ୍ଚକୁ ଯିବ । 5 ଜଣିଆ ବେଞ୍ଚରୁ ଏହା 7 ଜଣିଆ ବେଞ୍ଚକୁ ଯାଇପାରେ । 16 ବିଧାୟକଙ୍କ ନିଲମ୍ବନ ପାଇଁ ଆବେଦନ କରିଥିଲେ ଉଦ୍ଧବ ଠାକରେ । ହ୍ୱିପ ପ୍ରସଙ୍ଗରେ କେବଳ ବିଧାୟକ ନୁହେଁ, ପାର୍ଟିର ନିଷ୍ପତ୍ତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି