Before Header

ଖାଇରେ ପଡ଼ିଲା ବସ, ୧୩ ମୃତ

0 31

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଖାଇରେ ପଡ଼ିଲା ବସ । ମହାରାଷ୍ଟ୍ରର ରାୟଗଢ଼ ଜିଲ୍ଲାରେ ଗୋଟାଏ ବସ ଖାଇରେ ଖସିପଡ଼ିବାରୁ ୧୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ ଅଧିକ ଯାତ୍ରୀ ଆହତ ହୋଇଥିବା କଥା ପୁଲିସ କହିଛି। ପୁନେରେ ପିମ୍ପଲ୍‌ ଗୁରବରୁ ଜର୍ଜଗାଓଁ ଯାଉଥିବାବେଳେ ଭୋର ୪.୩୦ରେ ପୁନେ-ରାୟଗଢ଼ ସୀମାନ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଦୁର୍ଘଟଣା ସମୟରେ ବସ୍‌ରେ ୪୧ଜଣ ଯାତ୍ରୀ ଥିଲେ। ଏବେ ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଚାଲିଛି। ଆଉ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଏହି ଘରୋଇ ବସ୍‌ଟି ପୁନେରୁ ମୁମ୍ବାଇ ଯାଉଥିବା ବେଳେ ପୁରୁଣା ମୁମ୍ବାଇ-ପୁନେ ରାଜପଥର ସିଂଗ୍ରୋବା ମନ୍ଦିର ନିକଟରେ ଥିବା ଖାଇକୁ ଖସିପଡ଼ିଥିଲା।

Leave A Reply

Your email address will not be published.