Masthead

କୋଟିପତି ଯନ୍ତ୍ରୀ, ଦରମା ୩୦ ହଜାର ହେଲେ ସମ୍ପତ୍ତି ଅମାପ

ଭୋପାଳ (ବଡ଼ ଖବର ବ୍ୟୁରୋ): ଚୁକ୍ତିଭିତ୍ତିକ ଇଞ୍ଜିନିୟର । ମାସିକ ଦରମା ମାତ୍ର ୩୦ ହଜାର । କିନ୍ତୁ ଠୁଳ କରିଛନ୍ତି ଅମାପ ସମ୍ପତ୍ତି । ମଧ୍ୟପ୍ରଦେଶ ଲୋକାୟୁକ୍ତଙ୍କ ନିଦେ୍ର୍ଦଶରେ ପୋଲିସ ଚଢଉ କରିବା ବେଳେ ଆଖି ଖୋସି ହୋଇଯାଇଥିଲା । ଚୁକ୍ତି ଭିତ୍ତିକ ଇଞ୍ଜିନିୟର ହେଉଛନ୍ତି ମଧ୍ୟପ୍ରଦେଶ ପୋଲିସ ହାଉସିଂ କର୍ପୋରେସନର ସହକାରୀ ଯନ୍ତ୍ରୀ ଦାୟିତ୍ୱରେ ଥିବା ହେମା ମିନା । ୨୦ହଜାର ବର୍ଗ ଫୁଟରେ ଠିଆ ହୋଇଛି ଇଞ୍ଜିନିୟର ହେମାଙ୍କ ବଙ୍ଗଳା ।

ପୋଲିସ ଟିମ୍ ଚଢଉ ବେଳେ ତାଙ୍କ ଘରେ ୩୦ଲକ୍ଷ ଟଙ୍କାର ଗୋଟିଏ ଟିଭି, ବିଭିନ୍ନ ପ୍ରଜାତିର ୫୦ ବିଦେଶୀ କୁକୁର, ଉନ୍ନତ ପ୍ରଜାତିର ୭୦ଟି ଗାଈ, ୧୦ଟି ଲକଜୁରିୟସ କାର ଦେଖି ଚକିତ ହୋେଇଯାଇଥିଲେ । ଖାଲି ସେତିକି ନୁହେଁ, ମୂଲ୍ୟବାନ ଆସବାବପତ୍ର ମଧ୍ୟ ଇଞ୍ଜିନିୟର ହେମା ଘରେ ସାଇଥି ରଖିଥିଲେ । ସବୁ ସାମଗ୍ରୀ ଜବତ ହୋଇଛି । ମାସିକ ୩୦ହଜାର ଟଙ୍କା ଦରମାର ଏହା କିପରି ସମ୍ଭବ ବୋଲି ତଦନ୍ତକାରୀ ଟିମର ସଦସ୍ୟମାନେ ପରସ୍ପରକୁ ପଚାରିଥିଲେ ।

ହେମା ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ପାଇବା ପରେ ଲୋକାୟୁକ୍ତଙ୍କ ନିଦେ୍ର୍ଦଶରେ ଚଢାଉ ହୋଇଥିଲା । ଡିଏସପି ସଞ୍ଜୟ ଶୁକ୍ଲାଙ୍କ ନେତୃତ୍ୱରେ ଏହି ଚଢଉ ହୋଇଥିଲା । ସାଦା ପୋଷାକରେ ୫୦ଜଣ ପୋଲିସ କର୍ମଚାରୀ ଚଢଉ କରିବା ପାଇଁ ହେମାଙ୍କ ବଙ୍ଗଳା ଆଗରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ନିୟୋଜିତ ଘରୋଇ ସୁରକ୍ଷା କର୍ମୀମାନେ ସେମାନଙ୍କୁ ଭିତରକୁ ଛାଡ଼ିନଥିଲେ ।

ଡିଏସପି ସଞ୍ଜୟ ଶୁକ୍ଲା ପରିଚୟ ଗୋପନ ରଖି ପ୍ରାଣୀ ସମ୍ପଦ ବିଭାଗରୁ ଆସିଥିବା କହିବା ପରେ ସୁରକ୍ଷା କର୍ମୀମାନେ ସମସ୍ତଙ୍କୁ ଛାଡି ଦେଇଥିଲେ । ୪୦ ପ୍ରକୋଷ୍ଠ ବିଶିଷ୍ଠ ବଙ୍ଗଳାର ଗୋଟିଏ ଘରେ ହେମାଙ୍କୁ ଦେଖି ତଦନ୍ତକାରୀ ଟିମ୍ ତାଙ୍କୁ ଅଟକ ରଖି ତାଙ୍କ ମୋବାଇଲ ଫୋନ୍, କର୍ମଚାରୀଙ୍କ ସହ କଥା ହେଉଥିବା ୱାକିଟକି ଜବତ କରିଥିଲେ । ପରେ ଆରମ୍ଭ ହୋଇଥିଲା ଖାନତଲାସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ