Masthead

ଭୁବନେଶ୍ୱର ମଞ୍ଚେଶ୍ୱର ଔଷଧ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ରାଜ୍ୟ ଔଷଧ ଗୋଦାମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ମଞ୍ଚେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ରାଜ୍ୟ ଔଷଧ ଗୋଦାମ । ଗତକାଲି ରାତିରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ରାଜ୍ୟ ଔଷଧ ନିଗମର ଗୋଦାମରେ ନିଆଁ ଲାଗିଥିଲା । ଯେଉଁଥିରେ ସମ୍ପୂର୍ଣ୍ଣ ଗୋଦାମ ଜଳିଯାଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ, ଗୋଦାମରେ ଥିବା ସବୁ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ସୂଚନାନୁସାରେ ମହିନ୍ଦ୍ରା ସୋ’ରୁମ ପଛରେ ଥିବା ସେକ୍ଟର-ଏ ରେ ଥିବା ଏହି ‌ଔଷଧ ଗୋଦାମରେ ରାତି ପ୍ରାୟ ୧୧ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା ।

ପ୍ରଥମେ ଚାଉଳ ଗୋଦାମରେ ନିଆଁ ଲାଗିଛି ବୋଲି ପ୍ରଚାର ହୋଇଥିଲା । ମାତ୍ର ପରେ ଜଣାପଡ଼ିଲା ‌ଯେ କୋଭିଡ୍ ଔଷଧ, କିଟ୍ ଓ ଅକ୍ସିଜେନ୍ ସିଲିଣ୍ଡର୍ ଥିବା ଗୋଦାମ ଜଳୁଛି । ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ପହଞ୍ଚିଥିଲେ ବି ଅଗ୍ନିଶମ ବିଭାଗ ପହଞ୍ଚିବା ବିଳମ୍ବ ହୋଇଥିଲା । ୬ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁ ଲିଭାଇବାରେ ନିୟୋଜିତ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ