Masthead

କର୍ଣ୍ଣାଟକରେ ବଡ଼ ବ୍ୟବଧାନରେ ହାରିଛି ବିଜେପି

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କର୍ଣ୍ଣାଟକରେ ବିଜେପିର ପରାଜୟ । ବଡ଼ ବ୍ୟବଧାନରେ ହାରିଛି ବିଜେପି । ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ମଧ୍ୟ ପରାଜୟ ସ୍ୱୀକାର କରିଛନ୍ତି । ବିପୁଳ ପରିମାଣରେ ବିଜୟ ଲାଭ କରିଛି କଂଗ୍ରେସ । ଏତେ ଶକ୍ତି ପ୍ରୟୋଗ ପରେ ବି କାହିଁକି ହାରିଲା ବିଜେପି । ରାଜନୈତିକ ବିଶ୍ଲେଷକମାନେ ଏହାକୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଭାରତୀୟ ଜନତା ପାର୍ଟି ହାରିବା ପଛରେ ୫ କାରଣ ରହିଛି । ଦଳୀୟ କନ୍ଦଳ ପରାଜୟର ମୁଖ୍ୟ କାରଣ । ଅନ୍ତଦ୍ୱର୍ନ୍ଦ୍ୱ ପାଇଁ କର୍ଣ୍ଣାଟକରେ ବିଦ୍ରୋହୀଙ୍କ ସଂଖ୍ୟା ବୃଦ୍ଧି ପାଇଲା । କନ୍ଦଳ ପାଇଁ ବିଜେପିରେ ବହୁ ଗୋଷ୍ଠୀ ସୃଷ୍ଟି ହୋଇଥିଲା । ମୁଖ୍ୟମନ୍ତ୍ରୀ ପଦରୁ ବିଏସ ୟେଦୁରପ୍ପା ହଟିବା ସମୟରୁ ଗୋଟିଏ ଗୋଷ୍ଠୀ ଗଢିଥିଲେ । ଦ୍ୱିତୀୟ ଗୋଷ୍ଠୀ ଥିଲା ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇଙ୍କର ।

ତୃତୀୟ ଗୋଷ୍ଠୀର ନେତା ବିଜେପିର ରାଷ୍ଟ୍ରୀୟ ମହାସଚିବ ବିଏମ ସନ୍ତୋଷ । ଚତୁର୍ଥ ଗୋଷ୍ଠୀର ନେତୃତ୍ୱ ନେଇଥିଲେ ରାଜ୍ୟ ବିଜେପିର ନଳୀନ କୁମାର କଟିଲ । ଏହା ବ୍ୟତିତ ତାଷ୍ଟ୍ରୀୟ ମହାସଚିବ ସିଟି ରବିଙ୍କ ଇଙ୍ଗିତରେ ଆଉ ଗୋଟେ ଗୋଷ୍ଠୀ ଚାଲୁଥିବା । ସମସ୍ତଙ୍କ ମଧ୍ୟରେ ପାୱାର ଗେମର ଲଢେଇ ଚାଲିଥିଲା । ଦୁର୍ନୀତି ମଧ୍ୟ ହାରିବାର ଆଉ ଏକ କାରଣ । କଂଗ୍ରେସ ଦୁର୍ନୀତି ପ୍ରସଙ୍ଗରେ ବିଜେପି ବିରୋଧରେ ଏହାର ନିର୍ବାଚନ ପ୍ରଚାର ଜୋରଦାର କରିଥିଲା। ୨୦୨୨ ରୁ କଂଗ୍ରେସ ବିଜେପି ବିରୋଧରେ ‘ପେ ସିଏମ୍‌’ ଏବଂ ‘୪୦ ପ୍ରତିଶତ କମିନ ସରକାର’ ସ୍ଲୋଗାନ ଦେଇ ନିର୍ବାଚନ ପ୍ରଚାର କରି ଆସୁଥିଲା। ବିଜେପି ସରକାରରେ ଥିବା ମନ୍ତ୍ରୀ ଏବଂ ନେତାମାନେ ସରକାରୀ ପ୍ରକଳ୍ପ ପାଇଁ ୪୦ ପ୍ରତିଶତ କମିସନ ନେଉଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସର ଏହି ୪୦ ପ୍ରତିଶତ କମିସନ ସ୍ଲୋଗାନକୁ ଲୋକମାନେ ଗ୍ରହଣ କରିଛନ୍ତି। ଅନ୍ୟ ଏକ କାରଣ ହେଉଛି ସରକାର ବିରୋଧରେ ଅସନ୍ତୋ ।

୨୦୧୮ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ଏବଂ ଜେଡିଏସ୍‌ ଦ୍ୱାରା ଗଠନ ହୋଇଥିବା ମେଣ୍ଟ ସରକାର ୨୦୧୯ରେ ଅସ୍ୱାଭାବିକ ଭାବେ ଭାଙ୍ଗି ଯାଇଥିଲା। ତେବେ ୧୯୮୫ ମସିହାରୁ କର୍ଣ୍ଣାଟକ କୌଣସି ଦଳକୁ ଲଗାତାର ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରାଇନି। ଜେପି ଏହି ଧାରା ବଦଳାଇବାକୁ ଚେଷ୍ଟା କରିଥିଲା। ସରକାର ବିରୋଧୀ ଜନମତ ବିଜେପି ପାଇଁ ଅନୁକୂଳ ହେଲାନାହିଁ। ପେଟ୍ରୋଲ ଡିଜେଲ୍‌ ଦର ବୃଦ୍ଧି, ଗ୍ୟାସ୍‌ ଦର ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ କଂଗ୍ରେସ ମୁଖ୍ୟ ପ୍ରସଙ୍ଗ କରିଥିଲା। ଦରବୃଦ୍ଧି ନେଇ କଂଗ୍ରେସ ବିଜେପି ବିରୋଧରେ ଏହାର ନିର୍ବାଚନ ପ୍ରଚାର ଜୋରଦାର କରିଥିଲା। କଂଗ୍ରେସ ପ୍ରତି ଘରକୁ ୨୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଗୃହଲକ୍ଷ୍ମୀ ଯୋଜନା ଅଧୀନରେ କଂଗ୍ରେସ ପ୍ରତି ପରିବାରର ମହିଳାଙ୍କୁ ୨ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି।

ବିଜେପି ଚଳିତ ବିଧାନସଭା ନିର୍ବାଚନରେ ଅନେକ ବରିଷ୍ଠଙ୍କୁ ବାଦ୍‌ ଦେଇଥିଲା। ନୂଆ ପିଢ଼ିଙ୍କୁ ସୁଯୋଗ ଦେବାପାଇଁ ବିଜେପି ଅନେକ ବରିଷ୍ଠ ନେତାଙ୍କୁ ଟିକେଟ ଦେଇନଥିଲା। ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବାଡ଼ିଙ୍କ ସମେତ ଅନେକ ବରିଷ୍ଠ ନେତା ବିଜେପିର ଏହି ନିଷ୍ପତ୍ତିକୁ ବିରୋଧ କରି କଂଗ୍ରେସରେ ଯୋଗ ଦେଇଥିଲେ। ଏହା ମଧ୍ୟ ବିଜେପି ହାରିବାର ଅନ୍ୟ ଏକ ମୁଖ୍ୟ କାରଣ ବୋଲି ରାଜନୈତିକ ବିଶ୍ଲେଷକ ମାନେ କହିଛନ୍ତି । ୩୪ ବର୍ଷରେ ସବୁଠୁ ଅଧିକ ଭୋଟ ପ୍ରତିଶତରେ ଜିତିଛି କଂଗ୍ରେସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା