Masthead

ଡକାୟତକୁ ଧରି ନିର୍ଦ୍ଦୁମ ଛେଚିଲେ

ବାଲିଗୁଡା, (ବଡ଼ ଖବର ବ୍ୟୁରୋ): ବାଲିଗୁଡା ସହରରେ ଦିନକୁ ଦିନ ଚୋରା ମଦକାରବାର, ସହ ଡକାୟତି ବଢିବାରେ ଲାଗିଛି । ପୋଲିସ ଡକାୟତଙ୍କ ଟେର ପାଉନାହିଁ । ବଢୁଛି ଅସନ୍ତୋଷ । ଏଣେ ଜଣେ ଡକାୟତର ଛୁରାମାଡରେ ମହିଳା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆଉ ଡକାୟତକୁ କାବୁ କରି ଉତ୍ତମ ମଧ୍ୟମ ଦେଇଛନ୍ତି ଲୋକେ । ଗତକାଲି ଜଣେ ମହିଳଙ୍କ ଘରେ ପଶି ସୁନା ଗହଣା ଲୁଟ ଉଦ୍ୟମ ବେଳେ ଲୋକଙ୍କ ହାବୁଡରେ ପଡି ଲହୁଲୁହାଣ ହୋଇଛି ଡକାୟତ ଜଣକ । ସୂଚନା ଅନୁଯାୟୀ ରାତି ୮.୩୦ରେ ଘରେ ପଶି ସିନେମା ଷ୍ଟାଇଲରେ ଛୁଆ ବେକରେ ଛୁରୀ ଲାଗାଇ ସ୍ୱାମୀ -ସ୍ତ୍ରୀଙ୍କୁ ସୁନାରୁପା ମାଗିଥିଲେ । ଏହି ସମୟରେ ପାଟି ଶୁଣି ପଡିଶା ଘରେ ରହୁଥିବା ବିଜୟଲକ୍ଷ୍ମୀ ପଣ୍ଡା ନାମକ ଜଣେ ବ୍ଲକ କର୍ମଚାରୀ ଆସି ଦୁର୍ବୁତ୍ତଙ୍କ କବଳରୁ ଛୁଆଟିକୁ ଛଡାଇବାକୁ ଉଦ୍ୟମ କରିବା ବେଳେ ତାଙ୍କୁ ମଧ୍ୟ ଛୁରା ମାଡ କରିଛି ଦୁର୍ବୁତ୍ତ ଜଣକ । ବିଜୟଲକ୍ଷ୍ମୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ଦୁର୍ବତ୍ତକୁ କାବୁ କରିବା ସହ ରଶିରେ ବାନ୍ଧି ଉତ୍ତମ ମଧ୍ୟମ ଦେଇଥିଲେ । ଖବର ପାଇ ବାଲିଗିଡା ପୋଲିସ ପହଁଚି ଦୁର୍ବୁତତ୍ତଙ୍କୁ ଗିରଫ କରି ବିଜୟଲକ୍ଷ୍ମୀଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲା । ଅବସ୍ଥା ଗୁରତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ କରାଯାଇଛି । ସ୍ଥାନୀୟ ଲୋକଙ୍କ ମାଡରେ ଲହୁଲୁହାଣ ହୋଇଥିବା ଦୁର୍ବୁତ୍ତଙ୍କୁ ମଧ୍ୟ ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର 🔴 ଘଡ଼ଘଡ଼ି ସହ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ 🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ପରଭାଣୀ ହନୁମାନ ମନ୍ଦିରରେ ଅଘଟଣ 🔴 ସିଏମଓରୁ ସିଏସଓ ଘାଣ୍ଟୁଛି ଏସଆଇଟି…ଆଗକୁ ନବୀନ ନିବାସ ପାଳି 🔴 ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତିକୁ ଜାଣିବା ପାଇଁ ପାହାଡପୁରକୁ ପ୍ରଧାନମନ୍ତ୍ରୀଙ୍କୁ ନେଇଥିଲି 🔴 ପାହାଡ଼ପୁର ହେବ ‘ସୂର୍ଯ୍ୟଗ୍ରାମ’: ପ୍ରଧାନମନ୍ତ୍ରୀ 🔴 ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା 🔴 ରାଉରକେଲାରେ ଡବଲ୍‌ ଏନ୍‌କାଉଣ୍ଟର 🔴 ଘଡ଼ଘଡ଼ି ସହ ହାଲୁକାରୁ  ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ 🔴 ରାୟଗଡ଼ାରେ ମାନବିକତାର ହତ୍ୟା: ଗୁଗୁଲ୍ ମ୍ୟାପ୍‌ ଚକ୍କରରେ ଆସି ପିଲାଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଗଣ ନିର୍ଯାତନା, ୧୬ ଗିରଫ