Masthead

ଛିଣ୍ଡୁନି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଅଙ୍କ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଛିଣ୍ଡୁନି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଅଙ୍କ । ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ ପରେ ବି ଟେନ୍ସନରେ କଂଗ୍ରେସ । କାରଣ ଏବେ ବି ସିଏମ୍ ଚୌକି ପଡିଛି ଖାଲି । ଯଦି ସିଦ୍ଦରମେୟାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତାହେଲେ ଦଳରେ ବିଦ୍ରୋହର ବହ୍ନି ଦେଖାଦେବନି ତ? କିଛି ବିଧାୟକଙ୍କୁ ନେଇ ଫାଟ ସୃଷ୍ଟି କରିବନେତ ଡିକେ ଶିବକୁମାର? ଏମିତି କିଛି ଅନେକ ପ୍ରଶ୍ନ ଏବେ ଜାଲ ଭଳି ମାଡ଼ି ବସିଛି କଂଗ୍ରେସ ହାଇକମାଣ୍ଡ ମୁଣ୍ଡରେ । ହେଲେ ଏହାରି ଭିତରେ ସାମ୍ନାକୁ ଆସିଛି ୨ଟି ଫୋଟେ ।

ରାହୁଲ ଗାନ୍ଧିଙ୍କ ସହ ଦେଖାଦେଉଛନ୍ତି ସିଦ୍ଦରମେୟା ଓ ଡିକେ ଶିବକୁମାର । ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ଯେ ସିଦ୍ଦରମେୟା ହୋଇପାରନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ । କାରଣ ସେ କ୍ଲିନ, ନିର୍ବିବାଦୀୟ ଚେହେରା । ଆଉ ତାଙ୍କ ପାଖରେ ଅଧିକ ବିଧାୟକ ମଧ୍ୟ ରହିଛନ୍ତି । ଖାଲି ସେତିିକି ନୁହେଁ ପ୍ରଶାସନର ମଧ୍ୟ ରହିଛି ଅନୁଭବ । ଦଳିତ, ଆଦିବାସୀ, ଓବିସି ସହ ମୁସଲିମ୍ ଭୋଟ ବ୍ୟାଙ୍କ ତାଙ୍କ ପାଖରେ ରହିଛି । ଏହାକୁ କଂଗ୍ରେସ ହାଇକମାଣ୍ଡ ଦୃଷ୍ଟିରେ ରଖି ତାଙ୍କୁ ସିଏମ ଗାଦିରେ ବସାଇପାରେ ।

ଯାହା ୨୦୨୪ ସାଧାରଣ ସାଂସଦ ନିର୍ବାଚନରେ ଦଳକୁ ଶକ୍ତି ଯୋଗାଇବ । ଏମ୍ ସଂଖ୍ୟା ବଢିବ । ସେପଟେ ଡିକେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯିବ ସହ ରାଜ୍ୟ କଂଗ୍ରେସ ସଭାପତି କରିବ ଦଳ । ଏହାସହ ୬ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିପାରେ । ଏଭଳି କିଛି କରି ସବୁକିଛି ମ୍ୟାନେଜ କରିବାକୁ ଚେଷ୍ଟା କରୁଛି କଂଗ୍ରେସ । କାରଣ ଉଭୟ ନେତାଙ୍କ ମଧ୍ୟରେ ଯଦି କିଛି ବି ଫାଟ ସୃଷ୍ଟି ହୁଏ ତାହେଲେ କ୍ଷତି ତ କର୍ଣ୍ଣାଟକ କଂଗ୍ରେସ ସହିବ, ତା ସହ ଆଗାମୀ ରଣନୀତି ମଧ୍ୟ ଫେଲ ହୋଇପାରେ । ସେଭଳି କିଛି ରିକ୍ସ ନେବାକୁ ଚାହୁଁ କଂଗ୍ରେସ । ସେପଟେ ଶପଥ ଗ୍ରହଣ ଉତ୍ସବ ହେବାକୁ ଥିବା କାନ୍ତିରବା ଷ୍ଟାଡିୟମକୁ ପ୍ରସ୍ତୁତ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା