Masthead

୧୧୦ ବର୍ଷରେ ଚତୁର୍ଥ ବିବାହ କଲେ ଅବଦୁଲ ଚାଚା, ଆଣିଲେ ୫ ହଜାର ଯୌତୁକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବୟସ ୧୧୦ ବର୍ଷ । ହାର ମାନିନି ମନବଳ । ପ୍ରାପ୍ତ ବୟସରେ ଚତୁର୍ଥ ପାଇଁ ବିବାହ କରିଛନ୍ତି ଜଣେ ବୃଦ୍ଧ । ସେ ପୁଣି ନିଜ ବୟସର ଅଧା ୫୫ ବର୍ଷିୟ ଜଣେ ମହିଳାଙ୍କୁ । ପାକିସ୍ତାନର ଖାଇବର ପାଖତୁନଖ୍ୱାରେ ଜଣେ ୧୧୦ ବର୍ଷ ବୟସ୍କ ବ୍ୟକ୍ତି ଚତୁର୍ଥ ଥର ପାଇଁ ବିବାହ କରିଛନ୍ତି। ବୃଦ୍ଧଙ୍କ ବିବାହର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ପାକିସ୍ତାନର ଖାଇବର ପାଖତୁନଖ୍ୱାରେ ଠାରେ ରହୁଥିବା ୧୧୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ନାମ ଅବଦୁଲ ହାନାନ। ସେ ତାଙ୍କ ବୟସର ଅଧା ଅର୍ଥାତ୍ ୫୫ ବର୍ଷ ବୟସ୍କା ମହିଳାଙ୍କୁ ବିବାହ କରିଥିଲେ ।

କାଯୀ ମହମ୍ମଦ ଅର୍ଶଦ ବିବାହର ସବୁ ଦାୟିତ୍ୱ ପରିଚାଳନା କରିଥିବାବେଳେ ମନସେରା ଜିଲ୍ଲାର ପୂର୍ବତନ କାଉନସିଲର ଖାଲିଦ ଖାନ ଉପସ୍ଥିତ ଥିଲେ। ସବୁ ଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଅବଦୁଲ ପରିବାରରେ ସମୁଦାୟ ୮୪ ଜଣ ସଦସ୍ୟ ଅଛନ୍ତି । ତାଙ୍କର ୧୨ ସନ୍ତାନ ଅଛନ୍ତି । ଏହି ୧୨ ପିଲାଙ୍କ ମଧ୍ୟରୁ ୬ ପୁଅ ଏବଂ ୬ ଝିଅ ଅଛନ୍ତି । ଅବଦୁଲ ହାନାନଙ୍କ ବଡ ପୁଅର ବୟସ ୭୦ ବର୍ଷ, ଯିଏ ପିତାଙ୍କ ଚତୁର୍ଥ ପତ୍ନୀ ଠାରୁ ୧୫ ବର୍ଷ ବଡ । ଖାଲି ସେତିକି ନୁହେଁ ଅବଦୁଲ ଝିଅ ପକ୍ଷରୁ ୫୦୦୦ ଟଙ୍କା ଯୌତୁକ ମଧ୍ୟ ଆଣିଛନ୍ତି । ବିବାହ ସମାରୋହରେ ଅବଦୁଲଙ୍କ ପରିବାର ସମେତ ମହିଳାଙ୍କ ସମଦ୍ୟ ମଧ୍ୟ ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ  🔴 ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର 🔴 ଆଗକୁ ବଢ଼ିପାରେ ତାତି 🔴 ଭିଡି ସତୀଶନ କେରଳମ ମୁଖ୍ୟମନ୍ତ୍ରୀ 🔴 ପବନରେ ଉଡ଼ିଗଲେ ବ୍ୟକ୍ତି! 🔴 ଭିଜିଲାନ୍ସ ଜାଲରେ ଡିଭିଜନ ଯନ୍ତ୍ରୀ 🔴 ଚିନି ରପ୍ତାନି ବନ୍ଦ କଲା ଭାରତ 🔴 ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ଆଶଙ୍କା 🔴 ବିଧାନସଭାରେ ବିଜୟଙ୍କ ବଡ଼ ବିଜୟ 🔴 ଟ୍ରକକୁ ଧକ୍କା ଦେଲା କାର୍ , ଦୁର୍ଘଟଣାରେ ଜଣେ ମୃତ 🔴 ଆଜି ବିଜୟଙ୍କ ଫ୍ଲୋର୍‌ ଟେଷ୍ଟ