Masthead

ମୋଦିଙ୍କ ମିତ୍ର, ଧର୍ମେନ୍ଦ୍ରଙ୍କ ଶତ୍ରୁ

ଭୁବନେଶ୍ବର(ବଡ଼ ଖବର ବ୍ୟୁରୋ):ମୋଦିଙ୍କ ମିତ୍ର । ଧର୍ମେନ୍ଦ୍ରଙ୍କ ଶତ୍ରୁ । ଏବେ ନବୀନଙ୍କୁ ନେଇ ବିଜେପିର ଏଭଳି ଅବସ୍ଥା । ମାନେ ରାଜ୍ୟ ନେତାଙ୍କ ଲଢେଇ ବିଜେଡି ସୁପ୍ରିମୋଙ୍କ ବିରୋଧରେ, କିନ୍ତୁ କେନ୍ଦ୍ର ନେତାଙ୍କ ପାଇଁ ନବୀନ ବିଶ୍ୱସ୍ତ ବନ୍ଧୁ । ବନେ୍ଦ ଭାରତ ଏକ୍ସପ୍ରେସ ଲୋକାର୍ପଣ ବେଳେ ଏହି ଚିତ୍ର ବେଶି ସ୍ପଷ୍ଟ ଦିଶୁଥିଲା । କାର୍ଯ୍ୟକ୍ରମ ଥିଲା ସରକାରୀ । ତେଣୁ ରାଜନୈତିକ ବୟାନବାଜିର ବେଶି ସୁଯୋଗ ନ ଥିଲା ।

ତଥାପି ଏତେ ରାଜନୈତା ଯେଉଁଠି ସେଠି କେଉଁଠି ନା କେଉଁଠି ବୁଲେଇବଙ୍କେଇ ରାଜନୈତିକ ତ ହୋଇଯିବ । ସେମିତି ଏକ ବୟାନ ଥିଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ । ଡବଲ ଇଂଜିନକୁ ନେଇ ଚାଲିଥିବା ଲଢେଇକୁ ସେ ଆଗକୁ ବଢାଇଥିଲେ । ବିଜେଡିକୁ ଧର୍ମେନ୍ଦ୍ର ପରୋକ୍ଷ ଆକ୍ଷେପ କରିଥିଲେ । କିନ୍ତୁ ନବୀନଙ୍କ ପାଇଁ ମୋଦିଙ୍କ ମନୋଭାବ ଥିଲା ପୂରା ଅଲଗା ।

ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲରେ ଯୋଡି ହୋଇଥିଲେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ମିତ୍ର ବୋଲି କହି ଅଭିଭାଷମ ଆରମ୍ଭ କରିଥିଲେ ମୋଦି । ମୋଦିଙ୍କ ପାଇଁ ନବୀନ ମିତ୍ର । କିନ୍ତୁ ଧର୍ମେନ୍ଦ୍ରଙ୍କ ଅଭିଭାଷଣରେ ନବୀନଙ୍କୁ କଟାକ୍ଷ । ସେପଟେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ ।ରାଜ୍ୟରେ ବିଜେପି-ବିଜେଡି ଶତ୍ରୁ । ପରସ୍ପରର ବିରୋଧୀ । କିନ୍ତୁ ବିଜେପିର କେନ୍ଦ୍ରୀୟ ନେତା ଓ ନବୀନଙ୍କ ମଧ୍ୟରେ ମଧୁର ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚା ହୁଏ । ଯାହା ଅନେକ ସମୟରେ ପ୍ରମାଣିତ ମଧ୍ୟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ 🔴 ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ 🔴 ମାସେ ହେଲା ଠପ୍‌ ରୋଷେଇ, ଅଙ୍ଗନୱାଡି ଆସୁ ନାହାନ୍ତି ପିଲା 🔴 ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର 🔴 ଅଧା ରାଜ୍ୟରେ ବର୍ଷା! 🔴 ଦିଲ୍ଲୀ ଯିବେ ମୋହନ-ନବୀନ! 🔴 ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ 🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ପୁଣି ମୁହାଁମୁହିଁ ଇରାନ୍-ଆମେରିକା 🔴 ୩ଟି ଜିଲ୍ଲାରେ ଆହୁରି ବର୍ଷିବ 🔴 ଲୋକଭବନକୁ IGBC ପ୍ଲାଟିନମ୍ ଗ୍ରୀନ୍ କ୍ୟାମ୍ପସ୍ ସାର୍ଟିଫିକେସନ 🔴 ମାସେ ହେଲା ଠପ୍‌ ରୋଷେଇ, ଅଙ୍ଗନୱାଡି ଆସୁ ନାହାନ୍ତି ପିଲା 🔴 ବଢୁଛି ବୁଢ଼ାବଳଙ୍ଗ ନଦୀର ଜଳସ୍ତର 🔴 ଅଧା ରାଜ୍ୟରେ ବର୍ଷା! 🔴 ଦିଲ୍ଲୀ ଯିବେ ମୋହନ-ନବୀନ! 🔴 ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ 🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ