Masthead

ଇମ୍ରାନଙ୍କ ଘରେ ଆତଙ୍କବାଦୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା ବଢିବାରେ ଲାଗିଛି। ଇମ୍ରାନଙ୍କ ଲାହୋର ସ୍ଥିତ ବାସଭବନରେ ବାହାର ପୋଲିସ ବୁଧବାରଠାରୁ ଡେରା ପକାଇଛି। ପୋଲିସ ତାଙ୍କୁ ଯେ କୌଣସି ମୁହୂର୍ତ୍ତରେ ଗିରଫ କରିପାରେ। ପାକିସ୍ତାନ ସରକାର ଦାବି କରିଛନ୍ତି ଇମ୍ରାନଙ୍କ ଘରେ ୩୦ରୁ ୪୦ ଆତଙ୍କବ।ଦୀ ଲୁଚି ରହିଛନ୍ତି । ତେବେ ୨୪ ଘଂଟା ମଧ୍ୟରେ ଆତଙ୍କବାଦୀମାନେ ପୁଲିସଙ୍କ ନିକଟରେ ସମର୍ପଣ କରନ୍ତୁ ବୋଲି ପାକିସ୍ତାନ ସୂଚନା ପ୍ରସାରଣ ମନ୍ତ୍ରୀ ଆମୀର ମୀର ଚେତାବନୀ ଦେଇଛନ୍ତି ।

ପାକିସ୍ତାନର ପୁଲିସର ଅପରେସନ ଜମାନ ପାର୍କକୁ ପାକ ସରକାରଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି ଇମ୍ରାନ ଖାନ । ମିଛ ମାମଲାରେ ଫଶାଇବାକୁ ପାକିସ୍ତାନ ସରକାର ଓ ସେନା ମିଳିତ ଯୋଜନା କରୁଥିବା ଏକ ଭିଡିଓ ଜାରି କରି ଇମ୍ରାନ କହିଛନ୍ତି । ଇମ୍ରାନଙ୍କ ଉପରେ ଆର୍ମି ଆକ୍ଟରେ ମାମଲା ରୁଜୁ ହୋଇଛି । ତେବେ ସେନା ତାଙ୍କୁ ଦେଶ ଛାଡି ଯିବା ପାଇଁ ଅଫର ଦେଇଥିବା ଚର୍ଚ୍ଚା ହେଉଛି ।

ଦେଶ ଛାଡି ଚାଲିଗଲେ ତ ଇମ୍ରାନଙ୍କ ଉପରେ କୌଣସି କାର୍ୟ୍ୟାନୁଷ୍ଟାନ ଗ୍ରହଣ କରାଯିବନି ବୋଲି ସେନା କହିଛି । ତେବେ ଇମ୍ରାନ ଏହି ଅଫର ପ୍ରତ୍ୟାଖାନ କରିଥିବା ଦାବି ହେଉଛି । ସେପଟେ ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ କହିଛି ଜମା ପାର୍କ ଆଡକୁ ଯାଉଥିବା ସମସ୍ତ ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଏହାସହ ଉକ୍ତ ଅଞ୍ଚଳରେ ବହୁ ପରିମାଣରେ ପୋଲିସ ମୁତୟନ କରାଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ